ETV Bharat / state

ଉଦଯାପିତ ହେଲା ଗଣ୍ଡ ସଂପ୍ରଦାୟର ଆରାଧ୍ୟ ଦେବତା ବଡଦେଓଙ୍କ ପାରମ୍ପରିକ ପର୍ବ

author img

By ETV Bharat Odisha Team

Published : Jan 18, 2024, 10:46 PM IST

Tribal Festival Ends up in Boudh : ଜିଲ୍ଲାର ଆଦିବାସୀ ଗଣ୍ଡ ସଂପ୍ରଦାୟର ଆରାଧ୍ୟ ଦେବତା ବଡଦେଓ ତଥା ଲିଙ୍ଗାଜଙ୍ଘାଙ୍କ ପାରମ୍ପରିକ ପର୍ବ ଉଦଯାପିତ ହୋଇଛି । ଅଧିକ ପଢ଼ନ୍ତୁ,

ବଡଦେଓଙ୍କ ପାରମ୍ପରିକ ପର୍ବ
ବଡଦେଓଙ୍କ ପାରମ୍ପରିକ ପର୍ବ
ବଡଦେଓଙ୍କ ପାରମ୍ପରିକ ପର୍ବ

ବୌଦ୍ଧ: ଜିଲ୍ଲାର ଆଦିବାସୀ ଗଣ୍ଡ ସଂପ୍ରଦାୟର ଆରାଧ୍ୟ ଦେବତା ବଡଦେଓ ତଥା ଲିଙ୍ଗାଜଙ୍ଘାଙ୍କ ପାରମ୍ପରିକ ପର୍ବ ଉଦଯାପିତ ହୋଇଛି । ଆଜି ଠାକୁରଙ୍କୁ ଗମ୍ଭୀରା ବିଜେ କରାଇ ପର୍ବକୁ ଉଦଯାପିତ କରାଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବ ଶେଷ ଦିନରେ ଗାଁ ଗଡତିଆଙ୍କ ଗୃହରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପରେ ବଡଦେଓ ଠାକୁର ନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... କଳାହାଣ୍ଡି ଉତ୍ସବ 'ଘୁମୁରା ୨୦୨୪' ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ବୌଦ୍ଧ ଜିଲ୍ଲାର ଆଦିମ ଅଧିବାସୀଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଗଣ୍ଡ ସଂପ୍ରଦାୟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲାଣ୍ଡିବନ୍ଧ ଗ୍ରାମରେ ଶହ ଶହ ବର୍ଷ ହେଲା ବସବାସ କରିଆସୁଛନ୍ତି ଜନଜାତି ଗଣ୍ଡ ସଂପ୍ରଦାୟର ଅଧିବାସୀ । ଗଣ୍ଡ ସଂପ୍ରଦାୟର ଆରାଧ୍ୟ ଦେବତା ହେଲେ ବଡଦେଓ ତଥା ଲିଙ୍ଗାଜଙ୍ଘା ଠାକୁର । ଲାଣ୍ଡିବନ୍ଧ ଗ୍ରାମରେ ତିନିଦିନ ଧରି ଏହି ବଡଦେଓଙ୍କ ପ୍ରସିଦ୍ଧ ଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ବରୁଆ, ପାରମ୍ପରିକ ବାଦ୍ୟର ତାଳେତାଳେ ଗ୍ରାମ ପରିକ୍ରମା ସମ୍ପନ୍ନ ହୋଇଥିଲା । ବୁଧବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ବଡଦେଓ ତଥା ଲିଙ୍ଗାଜଙ୍ଘା ଠାକୁରଙ୍କ ପୂଜାର୍ଚ୍ଚନା ଗଣ୍ଡ ସଂପ୍ରଦାୟର ଦେହୁରୀ ସମାପନ କରିଥିଲେ । ଆଜି ଅପରାହ୍ନ ପର୍ଯ୍ୟନ୍ତ ବଡଦେଓ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ଲାଣ୍ଡିବନ୍ଧ ଗ୍ରାମର ଗଣ୍ଡ ସଂପ୍ରଦାୟର ଗଡତିଆଙ୍କ ଗୃହରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଠାକୁରମାନଙ୍କୁ ଗମ୍ଭୀରାବିଜେ କରାଯାଇ ଯାତ୍ରା ସମାପନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ରଥ ପଥ ପରି ଭାବବିହ୍ବଳ ପରିବେଶ, କଳ୍ପନା ଛକରେ ଦର୍ଶନ ଦେଉଛନ୍ତି ତିନିଠାକୁର

ଯାତ୍ରା ଶେଷରେ ଗଣ୍ଡ ସଂପ୍ରଦାୟର ମହିଳା ପୁରୁଷ ମିଳିତ ଭାବରେ ହଳଦୀ ଉତ୍ସବ ପାଳନ କରିଥାଆନ୍ତି । ବୈଷ୍ଣବୀୟ ସଂସ୍କୃତି ସହିତ ଗଣ୍ଡ ସଂପ୍ରଦାୟର ଆଦିମ ସଂସ୍କୃତି ଓତଃପ୍ରୋତ ଭାବେ ଜଡିତ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ବଡଦେଓଙ୍କ ପାରମ୍ପରିକ ଯାତ୍ରା ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରକୃତିର ଉପାସକ ଗଣ୍ଡ ସଂପ୍ରଦାୟର ଅଧିବାସୀ ଅଗ୍ନି, ବାୟୁ, ଜଳ, ଆକାଶ ତଥା ବୃକ୍ଷ ଲତାକୁ ପୂଜାର୍ଚ୍ଚନା କରିଥାନ୍ତି । ଗଣ୍ଡ ସଂପ୍ରଦାୟର ଆରାଧ୍ୟ ଦେବତାଙ୍କର ପର୍ବ ପୌଷ ମାସର ତିଥିରେ ବଡଦେଓ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ତାଙ୍କ ଆସ୍ଥା ଏବଂ ବିଶ୍ବାସ ଥାଏ ଯେ ପ୍ରକୃତ ଦେବତା ପଥରରେ ନୁହେଁ ବରଂ ପ୍ରକୃତି କୋଳରେ ମିଳିଥାନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.