ETV Bharat / state

କଳାହାଣ୍ଡି ଉତ୍ସବ 'ଘୁମୁରା ୨୦୨୪' ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

author img

By ETV Bharat Odisha Team

Published : Jan 18, 2024, 5:25 PM IST

Kalahandi Utsav: କଳାହାଣ୍ଡି ଉତ୍ସବର ଶେଷ ସନ୍ଧ୍ୟରେ ଝୁମିଲେ ଦର୍ଶକ । ଏହି ଅବସରରେ ମୁଖ୍ୟଅତିଥି ରୂପେ ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥି ଯୋଗଦେଇଥିଲେ । ଅଧିତ ପଢନ୍ତୁ

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ 'ଘୁମୁରା୨୦୨୪'

ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଉଦଯାପିତ । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହ ସାଂସ୍କୃତିକ ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଷ୍ଟଲ ବୁଲି ରାଜ୍ୟ ତଥା ରାଜ୍ୟ ବାହାରର କଳାକୃତିକୁ ମନ ଭରି ଉପଭୋଗ କରିବା ସହ କିଣାବିକା ଜମିଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥି, ସିଆର୍ ପିଏଫ୍ ୬୪ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହାପରେ ବୀର ବାଦ୍ୟ ଘୁମୁରା ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ, ମହାରାଷ୍ଟ୍ରର ଲାବନ୍ୟା ନୃତ୍ୟ, ଛତିଶଗଡ଼ର ପନ୍ତି ନୃତ୍ୟ, ପଞ୍ଜାବର ଭାଙ୍ଗଡା ନୃତ୍ୟ, ହରିଆଣାର ଫାକ ନୃତ୍ୟ, ରାଜସ୍ଥାନର ମାନିହାର ଓ କାଲବେରିଆ ନୃତ୍ୟ ଜିଲ୍ଲା ସଂସ୍କୃତି ପରିଷଦ, ପଞ୍ଜାବର ଭାଙ୍ଗଡା, ହରିୟାଣାର ଫାକ୍ ନୃତ୍ୟ, କୋରାପୁଟର ଢେମସା, ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ, କାରୁଣ୍ଡ କଳା କେନ୍ଦ୍ର, ଟିଟିଲାଗଡର ଢାପ ନୃତ୍ୟ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ଏହାସହ ଜିଲ୍ଲାର ଖ୍ୟାତନାମା ସଙ୍ଗୀତ କାର ଓ ଗୀତିକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଚଗୀତରେ ଦୁଲୁକିଥିଲା ମଞ୍ଚ ।

ଏହା ମଧ୍ୟ ପଢନ୍ତୁ....ଉଦଯାପିତ ହେଲା ତିନି ଦିନିଆ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ

ସେପଟେ ଧର୍ମଗଡ ଠାରେ ମଧ୍ୟ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ଦର୍ଶକଙ୍କ ମନ ଜିଣିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ସଭ୍ୟତାର ବିକାଶ କ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମଣିଷ ମନୋରଞ୍ଜନକୁ ମାଧ୍ୟମ କରିଛି । ସମୟକ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତବାଦ୍ୟ ଆଦି ଯୋଡ଼ିହୋଇଛି । ଯାହା ଅଧିକ ଜନାଦୃତ ହୋଇଛି ।

ପରବର୍ତ୍ତୀ ସମୟରେ ତାହା ଲୋକକଳା ରୂପେ ଖ୍ୟାତି ଲାଭ କଲା । କାଳକ୍ରମେ ମନୁଷ୍ୟର ଚଳଣି ବଦଳିଲା । ତା’ ସହ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଲା । ସମୟରେ ତାଳରେ ମଣିଷ ଧୀରେ ଧୀରେ ସେ ସୃଷ୍ଟି କରିଥିବା ଲୋକକଳାକୁ ଭୁଲିବାକୁ ଲାଗିଲା । ସେଇ ଭୁଲିଯାଉଥିବା ଲୋକକଳାକୁ ପୁଣି ଥରେ ମାନସ ପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ହିଁ ଏହି କଳାହାଣ୍ଡି ଉତ୍ସବର ଆୟୋଜନ ବୋଲି ଅତିଥିମାନେ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.