ETV Bharat / state

ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, 10ଟି ଟିମ କରିଛନ୍ତି ଅଂଶଗ୍ରହଣ

author img

By ETV Bharat Odisha Team

Published : Dec 9, 2023, 2:07 PM IST

ଉଦଘାଟିତ ହେଲା ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ
ଉଦଘାଟିତ ହେଲା ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ

State level volleyball championship 2023: ବୌଦ୍ଧରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟର 10ଟି ଟିମ ଏଥିରେ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଉଦଘାଟିତ ହେଲା ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ

ବୌଦ୍ଧ: ଜିଲ୍ଲାରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । ଜିଲ୍ଲା ଷ୍ଟାଡିୟମରେ ଏହି 70ତମ ଜାତୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପଞ୍ଚାୟତିରାଜ ମନ୍ତ୍ରୀ ଉଦଘାଟନ କରିଥିବା ବେଳେ ରାଜ୍ୟର 10ଟି ଟିମ ଏଥିରେ ଅଂଶଗ୍ରହଣ କରିଛନ୍ତି । ଭଲିବଲ ଖେଳ ଓ ଖେଳାଳୀଙ୍କ ପାଇଁ ଏହା ଯଥେଷ୍ଟ ସହାୟକ ହେବ ବୋଲି ଉଦଘାଟନୀ ସମାରୋହରେ ଯୋଗ ଦେଇଥିବା ଅତିଥି ମାନେ ମତପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ଦ୍ବିତୀୟ ଥର ପାଇଁ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟ ଭଲିବଲ ଆସୋସିଏସନ୍ ତଥା ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । 8 ତାରିଖ ଦିନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ତେବେ 8, 9 ଓ 10 ତାରିଖ ତିନି ଦିନ ଧରି ଏହି ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ।

ଏହାମଧ୍ୟ ପଢନ୍ତୁ.. Volleyball Player Rajaq: ଦେଶ ପାଇଁ ଗୌରବ ଆଣିଲେ ରଜାକ: ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ

ଅନ୍ୟପଟେ ରାଜ୍ୟର ଭଲିବଲ ପ୍ରଶିକ୍ଷକ କହିଛନ୍ତି ଯେ ଗ୍ରାମାଞ୍ଚଳର ଝିଅମାନେ ଭଲିବଲ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଚଳିତ ବର୍ଷ 5 ଜଣ ଓଡିଶା ଝିଅ ଇଣ୍ଡିଆ ଟିମରେ ସାମିଲ ହୋଇଛନ୍ତି । ଯାହା ନିହାତି ଭାବେ ଗର୍ବର କଥା । ଅନ୍ୟପଟେ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ କରୁଥିବାରୁ ଓ କ୍ରୀଡାକୁ ପ୍ରାଧାନ୍ୟ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଭଲିବଲ ପ୍ରଶିକ୍ଷକ ।

ତେବେ ଭଲିବଲ ଖେଳକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଗତ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ । ଗତବର୍ଷ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ତେବେ ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ମହିଳା ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲାରେ ଆୟୋଜନ କରାଯାଇଛି । ତିନି ଦିନ ଧରି ଅନୁଷ୍ଠିତ ଏହି ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର 10ଟି ମହିଳା ଭଲିବଲ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ବହୁ ଜାତୀୟ ସ୍ତରର ମହିଳା ଭଲିବଲ ଖେଳାଳି ଅଂଶଗ୍ରହଣ କରିଛନ୍ତି । ବୌଦ୍ଧ ଭଳି ଜିଲ୍ଲାରେ ଏଭଳି ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଉଭୟ ଖେଳ ଓ ଖେଳାଳିଙ୍କ ପାଇଁ ବେଶ ଉତ୍ସାହ ଯୋଗାଇବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.