ETV Bharat / state

କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ

author img

By

Published : Nov 27, 2020, 10:17 PM IST

କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ଶ୍ରୀ ଜଗନ୍ନାଥଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଓ ରୀତିନୀତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଏହି ଦିବ୍ୟ ଅବତାରକୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ
କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ

ବୌଦ୍ଧ: ଦୁର୍ଲ୍ଲଭ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବିଶ୍ବ ନିୟନ୍ତା କଳା ଠାକୁର । ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶରେ ଆଜି ବିଭିନ୍ନ ଶ୍ରୀ ଜଗନ୍ନାଥ ବଡ ଠାକୁର ସଜ୍ଜିତ ହୋଇଛନ୍ତି । ଶ୍ରୀ କ୍ଷେତ୍ରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥଙ୍କ ପୀଠରେ ଏହି ଦୁର୍ଲଭ ନାଗାର୍ଜୁନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି କାଳିଆ ସାଆନ୍ତ ।

କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ

ବୌଦ୍ଧ ସହରରେ ପ୍ରାଚୀନ କାଳରୁ ପୂଜିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଟିକିଏ ନିଆରା । ଏଠାରେ ଚତୁର୍ଦ୍ଧା ବିଗ୍ରହ ସ୍ବତନ୍ତ୍ର ଚନ୍ଦନ କାଠରେ ପ୍ରତିଷ୍ଠା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଶୈଳୀରେ ପୂଜା ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହି ଦିବ୍ୟ ତଥା ଦୁର୍ଲଭ ଦର୍ଶନରୁ ଅନେକ ଭକ୍ତ ଶ୍ରଦ୍ଧାଳୁ ବାଦ ପଡିଥିଲେ । ବୌଦ୍ଧ ଭଳି ବାଉଁଶୁଣୀ ଓ ମନମୁଣ୍ଡା ଠାରେ ମଧ୍ୟ କୋରୋନା କଟକଣା ମଧ୍ୟରେ ପ୍ରଭୁ ନାଗାର୍ଜୁନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ।

କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ
କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ
କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ
କୋରୋନା କଟକଣା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.