ETV Bharat / state

ସମୁଦ୍ରକୁ ଶଙ୍ଖେ ! ବୌଦ୍ଧରେ ଆଉ 4 ଆମ୍ବୁଲାନ୍ସ ଉଦଘାଟିତ

author img

By ETV Bharat Odisha Team

Published : Oct 12, 2023, 10:02 PM IST

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି । କିଡନୀ ରୋଗରେ ଲାଗୁନି ବ୍ରେକ । 3 ଶହରୁ ଉର୍ଦ୍ଧ୍ବ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସେପଟେ 4ଟି ଆମ୍ବୁଲାନ୍ସ ପୁନଃକାର୍ଯ୍ଯକ୍ଷମ ହୋଇଛି । ଅଧିକ ପଢନ୍ତୁ

କାୟା ବିସ୍ତାର କରୁଛି କିଡନୀ ରୋଗ , 4ଟି ଆମ୍ବୁଲାନ୍ସ ପୁନଃକାର୍ଯ୍ଯକ୍ଷମ
କାୟା ବିସ୍ତାର କରୁଛି କିଡନୀ ରୋଗ , 4ଟି ଆମ୍ବୁଲାନ୍ସ ପୁନଃକାର୍ଯ୍ଯକ୍ଷମ

କାୟା ବିସ୍ତାର କରୁଛି କିଡନୀ ରୋଗ , 4ଟି ଆମ୍ବୁଲାନ୍ସ ପୁନଃକାର୍ଯ୍ଯକ୍ଷମ

ବୌଦ୍ଧ: ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବାରେ ସମସ୍ୟା ଉପୁଜୁଥିବା ବେଳେ ଆମ୍ବୁଲାନ୍ସର ମଧ୍ୟ ଅଭାବ ରହିଛି । ତେବେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ 4ଟି ଆମ୍ବୁଲାନ୍ସର ପୁନଃକାର୍ଯ୍ୟକ୍ଷମ କରାଯାଇଛି । ଏହି 4ଟି ଆମ୍ବୁଲାନ୍ସକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦିପ ଅମାତ ଉଦଘାଟନ କରିଥିଲେ । ସେହିପରି ଜିଲ୍ଳାରେ ଏବେ ମଧ୍ୟ ଅନେକ ଆମ୍ବୁଲାନ୍ସ ଅଚଳ ହୋଇ ପଡିରହିଛି ।

ଏହା ସହ ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି । ଜିଲ୍ଲାରେ କାୟାବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଦୂଷିତ ପାଣି ବ୍ୟବହାର କରି କିଡନୀ ରୋଗ ପୀଡିତ ହେଉଥିବା ଜଣାପଡିିଛି । ମହାମାରୀ ଭଳି ମାଡ଼ି ଯାଉଥିବା କିଡନୀ ରୋଗ ଶହଶହ ଲୋକଙ୍କ ପ୍ରାଣ ଗଲାଣି । ବିଶେଷ ଭାବରେ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଦୂଷିତ ପାଣି ଯୋଗୁଁ ଏହି କିଡନୀ ରୋଗ ବ୍ୟାପିବାରେ ଲାଗିଥିବା ସୂଚନା ମିଳିଛି । ହରଭଙ୍ଗା ବ୍ଲକର ବରଝୁଲି, ଜବଲପୁର, ଉଦୟପୁର, ଚାରିଛକ, ବଳରାମପୁର ଭଳି ଅନେକ ଗ୍ରାମରେ ଶହ ଶହ କିଡନୀ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଭିନ୍ନ ସ୍ଥାନରୁ 3 ଶହରୁ ଉର୍ଦ୍ଧ୍ବ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିଡନୀ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ .....Compensatory Off: ଏଣିକି ସରକାରୀ ଛୁଟି ଦିନରେ କାମ କଲେ ଡାକ୍ତରଙ୍କୁ ମିଳିବ ବିକଳ୍ପ ଛୁଟି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ ପୁରୁଣା କଟକ ଓ ଆଢେଣୀଗଡ ଏଭଳି 5ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ଆମ୍ବୁଲାନ୍ସର ଯଥେଷ୍ଟ ଅଭାବରୁ ରୋଗୀମାନେ ସଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ପାଇ ପାରୁନଥିବା ଅଭିଯୋଗ ହୋଇଛି ।ଗ୍ରାମାାଞ୍ଚଳ ଗୁଡିକରେ ଆମ୍ବୁଲାନ୍ସ ସେବା ଠିକରେ ପହଞ୍ଚି ପାରୁନଥିବା ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରଶାସନ 4ଟି ଆମ୍ବୁଲାନ୍ସକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି । ଉକ୍ତ ଆମ୍ବୁଲାନ୍ସ ଗୁଡ଼ିକୁ ଘଣ୍ଟାପଡା,କଣ୍ଟାମାଳ,ଜହ୍ନାପଙ୍ଗ, ଓ ପୁରୁଣା କଟକ ଭଳି ସ୍ଥାନକୁ ପଠାଯାଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଦାବି ହୋଇଛି ।


ଈଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.