ETV Bharat / state

ବୌଦ୍ଧରେ ସିରିଜ ଦୁର୍ଘଟଣା, ଦୋକାନ ଉପରେ ସ୍କର୍ପିଓ ମାଡିଯିବାରୁ ୨ମୃତ

author img

By

Published : Jan 27, 2023, 9:04 AM IST

ବୌଦ୍ଧରେ ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୋକାନ ଭିତରରେ ପଶିଗଲା ସ୍କର୍ପିଓ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ସୂଚନା । ଅଧିକ ପଢନ୍ତୁ ।

series accident in boudh
series accident in boudh

ବୌଦ୍ଧରେ ସିରିଜ ଦୁର୍ଘଟଣା

ବୌଦ୍ଧ: ଗଣତନ୍ତ୍ର ଦିବସରେ ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ୬ଟି ବାଇକକୁ ଧକ୍କା ଦେବା ପରେ ଏକ ଦୋକାନରେ ପଶିଗଲା ସ୍କରର୍ପିଓ ଗାଡି । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଅଳାଁପାଲି ପଞ୍ଚାୟତର ପିଇଓ । ଅନ୍ୟ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଲାଙ୍ଗୀର ପଟରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଛଅଟି ବାଇକକୁ ଧକ୍କା ଦେଇଥିଲା । ଏହାପରେ ପରେ ବହିରା କେନାଲ ଛକରେ ଥିବା ଏକ ଜଳଖିଆ ଦୋକାନରେ ପଶିଯାଇଥିଲା । ଏହି ସମୟରେ ଅଳାଁପାଲି ପଞ୍ଚାୟତର ପିଇଓ ଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଉକ୍ତ ଦୁର୍ଘଟଣା ଗ୍ରସ୍ତ ଗାଡି ମାଡିଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଏହି ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ବହିରାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ । ଏପରି ଦୁଃଖ ଖବର ଜାଣିବାପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତେବେ ଜିଲ୍ଲାରେ ବାରମ୍ବାର ସଡ଼କ ଦୁର୍ଘଟଣା ଯୋଗୁଁ ଧନ ଜୀବନ ହାନି ହେଉଥିବାରୁ ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ।

ଗତ ଜାନୁଆରୀ ୨୪ ତାରିଖରେ ସମ୍ବଲପୁରରେ ଏକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି କରଲାଖମନ ଗାଁରେ ଗଛ ସହ ଏକ ବୋଲେରୋ ପିଟି ହୋଇଥିଲା । ଫଳରେ ବୋଲେରୋଟି ଜଳିଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ । ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେଇ ସିମଡେଗାରୁ ଗଡପୁରୁଷପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଗଡପୋଷ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି କିଛିଦିନ ତଳେ ଢେଙ୍କାନାଳ ସଦର ଥାନା ପଞ୍ଚୁଵଟୀ ନିକଟରେ ଏହି ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୫୫ନଂ ଜାତୀୟ ରାଜପଥର ପଞ୍ଚୁଵଟୀ ନିକଟରେ ଏହି ଦୁର୍ଘଟଣା ଘଟିବା ପରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କ ମଧ୍ୟରୁ ୩ଶିଶୁ ସମେତ ୨୨ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ହରିଶଙ୍କରରୁ କେନ୍ଦ୍ରାପଡା ଫେରିବା ବେଳେ ୨୫ ଫୁଟ ପୋଲ ତଳକୁ ଖସି ଟୁରିଷ୍ଟ ବସଟି ଖସିପଡ଼ିଥିବା ସୂଚନା ମିଳିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.