ETV Bharat / state

Panchayat Poll: ସାନି ମତଦାନକୁ ବିରୋଧ ସହ ରାସ୍ତାରୋକ

author img

By

Published : Feb 21, 2022, 6:53 AM IST

ବୌଦ୍ଧ ଜିଲ୍ଲାରେ ସରିଲା ପଞ୍ଚାୟତ ନିର୍ବାଚନ । ତେବେ ବିଭିନ୍ନ ବୁଥରେ ଉତ୍ତେଜନା ସହ ବୁଥ କ୍ୟାପଚରିଂ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ

Panchayat Poll: ସାନି ମତଦାନକୁ ବିରୋଧ ସହ ରାସ୍ତାରୋକ
Panchayat Poll: ସାନି ମତଦାନକୁ ବିରୋଧ ସହ ରାସ୍ତାରୋକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସରିଲା ପଞ୍ଚାୟତ ନିର୍ବାଚନ । ତେବେ ବିଭିନ୍ନ ବୁଥରେ ଉତ୍ତେଜନା ସହ ବୁଥ କ୍ୟାପଚରିଂ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ସାନି ମତଦାନକୁ ବିରୋଧ କରି ରବିବାର ଦିନ ତମାମ ଜାତୀୟ ରାଜପଥ ଅବରୋଧ କଲେ ଆନ୍ଦୋଳନକାରୀ ।

Panchayat Poll: ସାନି ମତଦାନକୁ ବିରୋଧ ସହ ରାସ୍ତାରୋକ
ରବିବାର ବୌଦ୍ଧ ଜିଲ୍ଲାରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହରଭଙ୍ଗା ବ୍ଲକରେ ଅନୁଷ୍ଠିତ ହୋଇଥିଲା । ତେବେ ୨୨ଟି ପଞ୍ଚାୟତ ମଧ୍ୟରୁ ବାମଣ୍ଡା ପଞ୍ଚାୟତର ଦେବଗଡ ବୁଥରେ ଖୋଦ ପ୍ରିଜାଇଡିଂ ଅଧିକାରୀ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ସହଯୋଗ କରୁଥିବା ଅଭିଯୋଗରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି କୃଷ୍ଣପାଲି, ଆଢେଣୀଗଡ, ପୀତାମ୍ବରପୁର, ମଥୁରା, କୁଶଙ୍ଗ, ତଳଗାଁ ଭଳି କେତେକ ସ୍ଥାନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ପ୍ରାର୍ଥୀ ଓ ସମର୍ଥକଙ୍କ ଅର୍ଥ କାରବାର ଓ ଧମକର ଅନେକ ଭାଇରାଲ ଭିଡିଓ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ଅନ୍ୟପଟେ ରକ୍ସା ପଞ୍ଚାୟତ ଚାଉଁରୀଆପଦର ବୁଥରେ ହୋଇଥିବା ନିର୍ବାଚନ ଉତ୍ତେଜନା ପରେ ଏଠାରେ ଆସନ୍ତା 23 ତାରିଖରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଦିନ ତମାମ 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ତେବେ ସ୍ଥାନୀୟ ଲୋକେ ଚାଉଁରୀଆପଦର ସହିତ ଅମୁର୍ଡା, ମହେଶ୍ବର ପିଣ୍ଡା ବୁଥରେ ମଧ୍ୟ ଅନିୟମିତତା ହୋଇଥିବାରୁ ସେଠାରେ ମଧ୍ୟ ପୁନଃ ମତଦାନ ପାଇଁ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.