ETV Bharat / state

ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ, ଦୁଇ ଶହୀଦଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କଲେ ଏସପି

author img

By

Published : Oct 21, 2022, 7:35 PM IST

ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ । ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ 5ମ ଆଇଆରବି ବାଟାଲିୟନ ପରିସରରେ 63 ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାର ଦୁଇ ଶହୀଦ ବିଭୁଧେନ୍ଦ୍ର ବିଶ୍ବାଳ ଓ ସହୀଦ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦିଆଯାଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ
ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ

ବୌଦ୍ଧ: ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ । ବୌଦ୍ଧ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ 5ମ ଆଇଆରବି ବାଟାଲିୟନ ପରିସରରେ ଶହୀଦ ଦିବସ ପାଳିତ ହୋଇଥିବା ବେଳେ ଜିଲ୍ଲାର ଦୁଇ ଶହୀଦଙ୍କୁ ଜିଲ୍ଲା ପୋଲିସ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ବୌଦ୍ଧରେ ପୋଲିସ ଶହୀଦ ଦିବସ ପାଳିତ

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ 5ମ ଆଇଆରବି ବାଟାଲିୟନ ପରିସରରେ 63 ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ଦୁଇ ଶହୀଦ ବିଭୁଧେନ୍ଦ୍ର ବିଶ୍ବାଳ ଓ ସହୀଦ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୁଇ ଶହୀଦଙ୍କ ପିତାଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ । ତେବେ ଶହୀଦ ବିଭୁଧେନ୍ଦ୍ରଙ୍କ ମୃତ୍ୟୁକୁ14 ବର୍ଷ ବିତିସାରିଥିଲେ ମଧ୍ୟ ତାଙ୍କ ପରିବାରକୁ ପେନସନ ମିଳିପାରି ନଥିବାରୁ ଏ ସମ୍ପର୍କରେ ତାଙ୍କ ପିତା ପୋଲିସ ଏସପିଙ୍କ ସହିତ ଆଲୋଚନା କରିଥିଲେ ।

ଏନେଇ ଶହୀଦ ବିଭୁଧେନ୍ଦ୍ର ପିତା କହିଛନ୍ତି ଯେ," ପୁଅକୁ ହରାଇ ଦୁଃଖତ ନିଶ୍ଚିୟ ଲାଗୁଛି । କିନ୍ତୁ ପୁଅକୁ ନେଇ ଭାରି ଗର୍ବ ଲାଗୁଛି । ମୋ ପୁଅକୁ ରାଷ୍ଟ୍ରୀୟ ସମ୍ମାନ ମିଳୁଛି । ତେଣୁ ମୋତେ ଭାରୀ ଖୁସି ଲାଗୁଛି । ମୋ ପୁଅ ୨୦୦୬ରେ ଚାକିରି ପାଇଥିଲା । ତେବେ କାର୍ଯ୍ୟରତ ସମୟରେ ଫୁଲବାଣୀ ସମୟରେ ମୋ ପୁଅ ଶହୀଦ ହୋଇଥିଲା । ମୋ ପୁଅକୁ ଝୁରି ହେଉଛି । କିନ୍ତୁ ସରକାରୀ ସ୍ତରରେ ମୁଁ କୌଣସି ପ୍ରକାର ସହାୟତା ପାଇଲି ନାହିଁ । ଲାଗୁଛି ପେନସନ ହେବ । ଏନେଇ ମୁଁ ଏସପିଙ୍କ ସହ ଆଲୋଚନା କରିଛି । ସେ ମୋତେ ପ୍ରତିଶୃତି ଦେଇଛନ୍ତି ସାହାଯ୍ୟ କରିବେ ବୋଲି । ଜନ୍ମ ଅଛି ମାନେ ମୃତ୍ୟୁ ଅଛି । ମୋ ପୁଅ ଶହୀଦ ହୋଇଥିବାରୁ ମୁଁ ଭାଗ୍ୟବାନ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.