ETV Bharat / state

ଅବକାରୀ ସ୍କ୍ୱାଡ୍‌ଙ୍କୁ ଅଟକ ଘଟଣା, ଗାଁ ମୁଖିଆଙ୍କୁ ଗିରଫ ସହ 10 ଲିଟର ଦେଶି ମଦ ଜବତ

author img

By ETV Bharat Odisha Team

Published : Aug 23, 2023, 8:52 PM IST

ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ଅବକାରୀ ସ୍କ୍ୱାଡକୁ ଘେରିଲେ ଗ୍ରାମବାସୀ
ଅବକାରୀ ସ୍କ୍ୱାଡକୁ ଘେରିଲେ ଗ୍ରାମବାସୀ

ଅବକାରୀ ସ୍କ୍ୱାଡକୁ ଘେରିଲେ ଗ୍ରାମବାସୀ

ବୌଦ୍ଧ: ବେଆଇନ ମଦ ଭାଟିରେ ଚଢାଉ ସମୟରେ ଅବକାରୀ ସ୍କ୍ୱାଡ୍‌କୁ ଅଟକ ଘଟଣାକୁ ନେଇ ପୋଲିସର ଆକ୍ସନ୍‌ । ବେଆଇନ ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏପରି ଘଟଣା କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ଜିଲ୍ଲା କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମର ମୁଖିଆଙ୍କ ଘରେ ଦେଶୀ ମଦଭାଟି ଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ସେଠାରୁ ପ୍ରାୟ 10 ଲିଟର ରନ୍ଧା ମଦ ସହିତ ଏଥିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିଲା । ଏହି ଖବର ପାଇ ଭାବପୁର ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ଠେଙ୍ଗା ବାଡ଼ି ଧରି ଅବକାରୀ ବିଭାଗର ଟିମ୍‌କୁ ଅଟକ ରଖିଥିଲେ । ଦୀର୍ଘ ସମୟ ଧରି ସ୍ବତନ୍ତ୍ର ଟିମ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଅବକାରୀ ବିଭାଗ ସେଠାରୁ ବହୁ କଷ୍ଟରେ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ବେଆଇନ ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଅଧିକ ପଢନ୍ତୁ: ପୋଲିସ ଜାଣତରେ ଚାଲିଛି ଦେଶୀ ମଦ ଭାଟି କାରବାର, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ !

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନଙ୍କ ପରମ୍ପରା ସହ ଜଡିତ ଏହି ମଦଭାଟି କୌଣସି ବେଆଇନ ବ୍ୟବସାୟ ଉଦ୍ଦେଶ୍ୟରେ ନୁହେଁ ବରଂ ନିଜ ନିଜ ମଧ୍ୟରେ ଏହାକୁ ସେବନ ତଥା ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଏ । ଏହାକୁ ନେଇ ଭାବପୁର ଗ୍ରାମରେ ମଙ୍ଗଳବାର ଦିନ ତମାମ ପ୍ରବଳ ଉତ୍ତେଜନା ଲାଗି ରହିଥିଲା ।

ଉତ୍ତ୍ୟକ୍ତ ଲୋକେ ଅବକାରୀ ସ୍କ୍ୱାଡ୍‌କୁ ଦୀର୍ଘ ସମୟ ଧରି ଅଟକ ପରେ ତାଙ୍କୁ ଛାଡ଼ି ଥିଲେ । ସେଠାରୁ ଅବକାରୀ ବିଭାଗର କର୍ମଚାରୀ ଫେରି ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ସହାୟତାରେ ମଦ ବ୍ୟବସାୟର ମୁଖ୍ୟ ଆରୋପୀ ସହିତ 10 ଲିଟର ରନ୍ଧା ମଦକୁ ଜବତ କରିଥିଲା ଅବକାରୀ ବିଭାଗ ।

ବର୍ତ୍ତମାନ ଜିଲ୍ଲାର କୋଣ ଅନୁକୋଣରେ ଦେଶିମଦ ରାନ୍ଧା ଓ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅବକାରୀ ବିଭାଗ କହିଛି ଆବଶ୍ୟକ ସଂଖ୍ୟକ ଅବକାରୀ କର୍ମଚାରୀମାନଙ୍କ ଅଭାବ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ହୋଇପଡିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.