ETV Bharat / state

ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Feb 8, 2022, 7:49 PM IST

ଉପାନ୍ତ ଅଞ୍ଚଳକୁ ରାସ୍ତା ଖଣ୍ଡେ ପାଇଁ ଦାବି କରି ବିଫଳ ହେବାପରେ ଆଜି ଅଞ୍ଚଳର ଚାରିଖଣ୍ଡ ଗ୍ରାମବାସୀ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ଉପାନ୍ତ ଅଞ୍ଚଳକୁ ରାସ୍ତା ଖଣ୍ଡେ ପାଇଁ ଦାବି କରି ବିଫଳ ହେବାପରେ ଆଜି ଅଞ୍ଚଳର ଚାରିଖଣ୍ଡ ଗ୍ରାମବାସୀ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ରାସ୍ତା ଖଣ୍ଡେ ପାଇଁ ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଅଞ୍ଚଳବାସୀ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

ଘଟଣା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଚିର ଅବହେଳିତ ଆଢେଣୀଗଡ ପଞ୍ଚାୟତ । ଆଢେଣୀଗଡ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ ରହିଛି କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଭଳି ଗ୍ରାମ । କିନ୍ତୁ ଏହି ଚାରି ଖଣ୍ଡ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରି ନାହିଁ । ଫଳରେ ଏଠାରେ ସରକାରଙ୍କ କୌଣସି ଯୋଜନା ଠିକରେ ପହଞ୍ଚି ପାରୁନାହିଁ ।

ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ
ଉପାନ୍ତ ଅଞ୍ଚଳକୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

ବାରମ୍ବାର ଏନେଇ ଅଞ୍ଚଳବାସୀ ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ମାଧପୁର ଛକ ନିକଟରେ ଅଞ୍ଚଳବାସୀ ଦୀର୍ଘ ସମୟ ଧରି 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ହରଭଙ୍ଗା ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.