ETV Bharat / state

'ଉତ୍ତପ୍ରଦେଶ ଲୁଟେରାଙ୍କ ଟାର୍ଗେଟରେ ଓଡ଼ିଶାର ଏଟିଏମ'

author img

By

Published : Mar 26, 2021, 8:03 AM IST

ସାରା ରାଜ୍ୟରେ ଥିବା ଏଟିଏମ ବର୍ତ୍ତମାନ ଉତ୍ତପ୍ରଦେଶ ଲୁଟେରାଙ୍କ ଟାର୍ଗେଟରେ ରହିଛି ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

'ଉତ୍ତପ୍ରଦେଶ ଲୁଟେରାଙ୍କ ଟାର୍ଗେଟରେ ଓଡ଼ିଶାର ବ୍ୟାଙ୍କ ଏଟିଏମ'
'ଉତ୍ତପ୍ରଦେଶ ଲୁଟେରାଙ୍କ ଟାର୍ଗେଟରେ ଓଡ଼ିଶାର ବ୍ୟାଙ୍କ ଏଟିଏମ'

ବୌଦ୍ଧ: ଜିଲ୍ଲାରେ ମାତିଥିବା ଲୁଟେରାଙ୍କ ଟାର୍ଗେଟରେ ରହିଛି ଏଟିଏମ କାଉଣ୍ଟର । ବିଭିନ୍ନ ବ୍ୟାଙ୍କର ଏଟିଏମରୁ ଅତି ଚତୁରତାର ସହିତ ଲୁଟ ଚାଲିଛି । ତେବେ ଗତ ବୁଧବାର ଏଟିଏମ ଲୁଟ ପାଇଁ ଉଦ୍ୟମ ସମୟରେ 2 ଉତ୍ତପ୍ରଦେଶ ଲୁଟେରାଙ୍କୁ ପୋଲିସ କାବୁ କରିବା ପରେ ଏ ସମ୍ପର୍କରେ ବୌଦ୍ଧ ଏସପି ଭି ରଘୁନାଥ ରାଓ କହିଛନ୍ତି ।

'ଉତ୍ତପ୍ରଦେଶ ଲୁଟେରାଙ୍କ ଟାର୍ଗେଟରେ ଓଡ଼ିଶାର ବ୍ୟାଙ୍କ ଏଟିଏମ'

ଗତ ବୁଧବାର ସକାଳ ପ୍ରାୟ ସାଢେ 8ଟା ସମୟରେ ବୌଦ୍ଧ ସହରର ବୁଟୁପାଲି ସ୍ଥିତ ଏଡିବି ବ୍ୟାଙ୍କ ଏଟିଏମରୁ ଲୁଟ ପାଇଁ ଉଦ୍ୟମ ସମୟରେ ଉତ୍ତର ପ୍ରଦେଶର 2 ଜଣ ସନ୍ଦିଗ୍ଧଙ୍କୁ ବୌଦ୍ଧ ପୋଲିସର ସ୍ବତନ୍ତ୍ର ଦଳ ସାଧା ପୋଷାକରେ ଚଢ଼ାଉ କରି କାବୁ କରିବାରେ ସଫଳ ହୋଇଥିଲେ । ତେବେ ତଦନ୍ତ ସମୟରେ ସେମାନଙ୍କ ନିକଟରୁ 20ରୁ ଊର୍ଦ୍ଧ୍ବ ବିଭିନ୍ନ ବ୍ୟାଙ୍କର ଏଟିଏମ ଓ ମୋବାଇଲ ସହ ଟଙ୍କା ଜବତ କରାଯାଇଛି ।

କାବୁ ହେଇଥିବା ଲୁଟେରାଙ୍କ ଏକ ବଡ ଗ୍ୟାଙ୍ଗ ସାରା ଓଡ଼ିଶାରେ କାର୍ଯ୍ୟ କରୁଥିବା ତଥା ଏମାନଙ୍କ ମାଷ୍ଟର ମାଇଣ୍ଡ ୟୁପିରେ ରହି ପରିଚାଳନା କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ଏଭଳି ସନ୍ଦିଗ୍ଧ ବ୍ୟକ୍ତି କୌଣସି ଲଜିଂକୁ ଆସିଲେ ପ୍ରଥମେ ପୋଲିସକୁ ସୂଚନା ପ୍ରଦାନ କରିବାକୁ ସମସ୍ତ ଲଜିଂ ମାଲିକଙ୍କୁ ତାଗିଦ କରାଯାଇଛି । ସମସ୍ତ ଘଟଣା ସମ୍ପର୍କରେ ବୌଦ୍ଧ ଏସପି ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.