ETV Bharat / state

ଜଙ୍ଗଲ ବିଭାଗ ଚଢାଉରେ ଝିଙ୍କ ଉଦ୍ଧାର, ଜଣେ ଗିରଫ

author img

By

Published : May 26, 2021, 7:18 AM IST

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ମନମୁଣ୍ଡା ବନାଞ୍ଚଳର ଶୁଳିଆ ଅଞ୍ଚଳରେ ବନ ବିଭାଗ ଚଢାଉ କରି ଗୋଟିଏ ଝିଙ୍କକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଜଙ୍ଗଲ ବିଭାଗ ଚଢାଉରେ ଝିଙ୍କ ଉଦ୍ଧାର , ଜଣେ ଗିରଫ
ଜଙ୍ଗଲ ବିଭାଗ ଚଢାଉରେ ଝିଙ୍କ ଉଦ୍ଧାର , ଜଣେ ଗିରଫ

ବୌଦ୍ଧ: ମାଫିଆ ଓ ଶିକାରୀଙ୍କ ଟାର୍ଗେଟରେ ବିଭିନ୍ନ ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁ । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପାଞ୍ଚ ଗୋଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଉପରେ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡୁଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପଦକ୍ଷେପ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଗୋଟିଏ ବର୍ଷ ମଧ୍ୟରେ ବୌଦ୍ଧ ବନଖଣ୍ଡ ଅଧିନରେ ଦଶରୁ ଉର୍ଦ୍ଧ୍ବ ବନ୍ୟଜନ୍ତୁ ଶୀକାର ମାମଲା ସହିତ ଚୋରା କାଠ ଚାଲାଣକାରୀକୁ ଧରିବାରେ ଜଙ୍ଗଲ ବିଭାଗ ସକ୍ଷମ ହୋଇଛି ।

ଜଙ୍ଗଲ ବିଭାଗ ଚଢାଉରେ ଝିଙ୍କ ଉଦ୍ଧାର , ଜଣେ ଗିରଫ

ବର୍ତ୍ତମାନ ପୁଣି ଏକ ବନ୍ୟଜନ୍ତୁକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ମନମୁଣ୍ଡା ବନାଞ୍ଚଳର ଶୁଳିଆ ଅଞ୍ଚଳରେ ବନ ବିଭାଗ ଚଢାଉ କରି ଗୋଟିଏ ଝିଙ୍କକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି । ସେପଟେ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ୟଜନ୍ତୁ ଙ୍କ ପାଣି ପାଇଁ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୁଣାକଟକ ଓ ମାଧପୁର ବନାଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଭିତରେ ଓ୍ବାଟର ରିଜର୍ଭର ନିର୍ମାଣ କରାଯାଇଥିବା ବୌଦ୍ଧ ଏସିଏଫ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.