ETV Bharat / state

କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାନ୍ତି ଜଣେବି ବିଶେଷଜ୍ଞ ଡାକ୍ତର

author img

By

Published : Sep 20, 2022, 11:24 AM IST

ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଡାକ୍ତରଖାନାରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ ହନ୍ତସନ୍ତ ରୋଗୀ । ଅଧିକ ପଢନ୍ତୁ

କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାନ୍ତି ଜଣେବି ବିଶେଷଜ୍ଞ ଡାକ୍ତର
କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାନ୍ତି ଜଣେବି ବିଶେଷଜ୍ଞ ଡାକ୍ତର

ବୌଦ୍ଧ: କଣ୍ଟାମାଳ ବ୍ଲକରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା । ଏଠାରେ ଥିବା ସରକାରୀ ଡାକ୍ତରଖାନା ଏବେ ଅବ୍ୟସ୍ଥା ଘେରରେ, ଦୀର୍ଘ ୪୦ ବର୍ଷ ପୂର୍ବେ ତିଆରି ହୋଇଥିଲା ଏହି ଡାକ୍ତରଖାନା, ପନ୍ଦରରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏହା ଉପରେ ନିର୍ଭରଶୀଳ । କିନ୍ତୁ ଏଠାରେ ଫେଲମାରିଛି ସ୍ବାସ୍ଥ୍ୟସେବା । ରୋଗୀଙ୍କ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ, ଚିକିତ୍ସା ଅଭାବରୁ ଏବେ ଦୂରା ଦୁରାନ୍ତକୁ ଯାଇ ଏବେ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ ।

କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାନ୍ତି ଜଣେବି ବିଶେଷଜ୍ଞ ଡାକ୍ତର

ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ବ୍ରିଟିଶ ଶାସନ କାଳରେ ବୌଦ୍ଧ ରାଜା ଏକ ଦାତବ୍ୟ ଚିକିତ୍ସାଳୟ ସ୍ଥାପନ କରିଥିଲେ । ତେବେ ପରିବର୍ତ୍ତିତ ସମୟରେ ଏହି ଡାକ୍ତରଖାନାରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଫଳରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି । ଅନେକ ଉପାନ୍ତ ଅଞ୍ଚଳର ଗରିବ ଲୋକେ ସ୍ବାସ୍ଥ୍ୟସେବା ପାଇଁ ବାଧ୍ୟ ହୋଇ କ୍ବାକ ଭରସାରେ ନିଜ ଜୀବନକୁ ବାଜି ଲଗାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିକାଶରେ ବାଧା ଦେଉଛି ପାହାଡି ଝରଣା, ଯାତାୟତ ପାଇଁ ହୀନସ୍ତା ହରଭଙ୍ଗାର ଲୋକେ

ସେହିପରି ଅଧିକାଂଶ ରୋଗୀ ବର୍ତ୍ତମାନ ବିଶେଷଜ୍ଞ ଡାକ୍ତର ଅଭାବରୁ ଦୂର ଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ କଣ୍ଟାମାଳ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନଥିବାବେଳେ, ଡାକ୍ତରଖାନାରେ ଥିବା କୋଟି କୋଟି ଟଙ୍କାର ଯନ୍ତ୍ରପାତି କର୍ମଚାରୀ ଅଭାବରୁ ଏବେ ଖତ ଖାଉଛି । ସେପଟେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀଙ୍କ କ୍ବାଟରର ଅବସ୍ଥା ମଧ୍ୟ ନକହିବା ଭଲ ।

କେଉଁଠି ଜରିପାଲ ଟଣାୟାଇଛି ତ ପୁଣି କେଉଁଠି ପୁରୁଣା କ୍ବାଟରରେ ବାଧ୍ୟ ହୋଇ ରହୁଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ । ଏ ସମ୍ପର୍କରେ କଣ୍ଟାମାଳର ସଚେତନ ନାଗରିକ ମାନେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୋବର୍ଦ୍ଧନ ନାଏକ କହିଛନ୍ତି ଯେ, ''୨୪ଟା ପଞ୍ଚାୟତ ଲୋକ କଣ୍ଟାମାଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୪ଟି ପଞ୍ଚାୟର ଲୋକେ ନିର୍ଭରଶୀଳ । ଏଠାରେ ଚିକିତ୍ସା ପାଇଁ ଡାକ୍ତର ନାହିନ୍ତି କି କୌଣସି ସୁବିଧା ନାହିଁ । ଯଦି ଡାକ୍ତର ଜଣେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି କରାଯାଆନ୍ତା ତେବେ ଭଲ ହୁଅନ୍ତା ।''

ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ବୁଦ୍ଧିଜୀବୀ ଯଦୁବିହାରୀ ବାଘ କହିଛନ୍ତି ଯେ, ''ଆମେ ଆଜି ଜିଲ୍ଲାପାଳଙ୍କୁ ଅଗତ କରାଇଛୁ, ଏଠାରେ ଜଣେ ଗାଇନିଙ୍ଗ ଡାକ୍ତର ଦରକାର, କମ ଦିନରେ ଏନେଇ କିଛି ବ୍ୟବସ୍ଥା କରିବାକୁ କହିଛନ୍ତି ଜିଲ୍ଲାପାଳ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.