ETV Bharat / state

ମାଙ୍କଡ ଶିକାରୀଙ୍କ ଉପରେ ବନ ବିଭାଗର ନଜର, 6 ଗିରଫ

author img

By

Published : May 1, 2021, 9:54 AM IST

ବୌଦ୍ଧ ବନ ବିଭାଗ ମାଙ୍କଡ଼ ଓ ଅନ୍ୟ ବନ୍ୟଜନ୍ତୁ ଶୀକାର ଅଭିଯୋଗରେ 6 ଜଣଙ୍କୁ ଗିରଫ କରିଛି ।

ବାଘଛାଲ ପରେ ମାଙ୍କଡ଼ ଶୀକାରୀଙ୍କ ଉପରେ ଜଙ୍ଗଲ ବିଭାଗର ଚଢାଉ, 6 ଗିରଫ
ବାଘଛାଲ ପରେ ମାଙ୍କଡ଼ ଶୀକାରୀଙ୍କ ଉପରେ ଜଙ୍ଗଲ ବିଭାଗର ଚଢାଉ, 6 ଗିରଫ

ବୌଦ୍ଧ: ବିପଦରେ ବନ୍ୟଜନ୍ତୁ । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ବନାଞ୍ଚଳରେ ବନ୍ୟଜନ୍ତୁଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି । ଏନେଇ ଗୋଟିଏ ଦିନ ପୂର୍ବରୁ ପୋଲିସର ସ୍ବତନ୍ତ୍ର ଟାସ୍କଫୋର୍ସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଧନଝୁଲି ଗ୍ରାମରେ ଚଢ଼ାଉ କରି ବାଘଛାଲ ଡିଲ ଚାଲିଥିବା ସମୟରେ ଜଣେ ଯୁବକଙ୍କ ସମେତ ବାଘଛାଲ ଜବତ କରିବାରେ ସଫଳ ହୋଇଥିଲା ।

ବାଘଛାଲ ପରେ ମାଙ୍କଡ଼ ଶୀକାରୀଙ୍କ ଉପରେ ଜଙ୍ଗଲ ବିଭାଗର ଚଢାଉ, 6 ଗିରଫ

ଏହାର ଚବିଶ ଘଣ୍ଟା ମଧ୍ୟରେ ବୌଦ୍ଧ ଜଙ୍ଗଲ ବିଭାଗ ଏକ ମାଙ୍କଡ଼ ଶିକାରୀ ଦଳକୁ କାବୁ କରିବାରେ ସକ୍ଷମ ହୋଇଛି । ସୂଚନା ମୁତାବକ ବୌଦ୍ଧ ବନାଞ୍ଚଳ ବଘିଆପଡା ଜଙ୍ଗଲ ନିକଟସ୍ଥ କଡାମୁଣ୍ଡା ଠାରେ କେତେକ ମାଙ୍କଡିଆ ସମ୍ପ୍ରଦାୟର ଲୋକେ ମାଙ୍କଡ ଓ ଅନ୍ୟ ବନ୍ୟଜନ୍ତୁ ଶୀକାର କରିଥିବା ଖବର ପାଇ ଚଢ଼ାଉ କରିଥିଲା ଜଙ୍ଗଲ ବିଭାଗ ।

ସେଠାରୁ ହନୁମାଙ୍କଡ଼ର କଞ୍ଚା ଓ ଶୁଖିଲା ମାଂସ ସମେତ ଜାଲ, ଟାଙ୍ଗିଆ, ମାଙ୍କଡ଼ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜବତ କରିବା ସହ ଏଥିରେ ସମ୍ପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ବାରମ୍ବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଶିକାର ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.