ETV Bharat / state

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

author img

By

Published : Apr 23, 2021, 10:23 PM IST

ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅତ୍ୟନ୍ତ ଗରିବ ପରିବାରର ଏହି ଶିଶୁର ଚିକିତ୍ସାରେ ଗରିବ ପିତା ମାତା ସବୁ ସଞ୍ଚିତ ଅର୍ଥ ସାରିଦେଇ ଥିବା ବେଳେ ବର୍ତ୍ତମାନ ସରକାରୀ ସହାୟତାର ଏକାନ୍ତ ଆବଶ୍ୟକ ରହିଛି । ଅଧିକ ପଢନ୍ତୁ...

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ
ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

ବୌଦ୍ଧ : ପିଲାବେଳୁ ସବୁକିଛି ଠିକଠାକ ଥିଲା । ହେଲେ ଗତ ଦୁଇ ମାସ ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା । ହେଲେ ପିଲାଟି ଏବେ ଆଉ ଚାଲିବୁଲି ପାରୁ ନାହିଁ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ସୌରୀବେଙ୍ଗସ ଗ୍ରାମ । ସୌରୀବେଙ୍ଗସ ଗ୍ରାମରେ ଗରିବ ଜୟରାମ ନିଜ ଛୋଟ ପରିବାରକୁ ନେଇ ଖୁସିରେ ଚଳି ଯାଉଥିଲେ । ତେବେ ନିଜ 9 ବର୍ଷର କୁନି ପୁଅର ଖେଳା ବୁଲା ବୟସରେ ହଠାତ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କଲେ ଏବଂ ଧିରେଧିରେ ଆଉ ଚଲାବୁଲା କରିପାରିଲେ ନାହିଁ ।

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

ଗତ ଦୁଇ ମାସ ତଳେ ଏଭଳି ସମସ୍ୟା ଦେଖାଦେବା ପରେ ଜୟରାମ ଅସ୍ତବ୍ୟସ୍ତ ହୋଇ ନିଜ ପାଖରେ ଯାହାକିଛି ସଞ୍ଚିତ ଅର୍ଥ ଥିଲା ସବୁକିଛି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଖର୍ଚ୍ଚ କରିଦେଲେ । ଶେଷରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ଅସହାୟ ଜୟରାମ ପୁଅକୁ ଗାଁକୁ ଫେରାଇ ଆଣିଛନ୍ତି ।

ବର୍ତ୍ତମାନ ଏହି ଅସହାୟ ପରିବାରକୁ ସରକାରୀ ସହାୟତାର ଏକାନ୍ତ ଆବଶ୍ୟକତା ରହିଛି । ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଟିର ଚିକିତ୍ସାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.