ETV Bharat / state

୩ଟି ଗ୍ରାମକୁ ଦେଢମାସ ହେଲା ଜଳଯୋଗାଣ ବନ୍ଦ, ଧାରଣାରେ ଜନସାଧାରଣ

author img

By

Published : Oct 28, 2021, 6:24 AM IST

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ସଦର ମହକୁମା ଠାରେ ନିର୍ମାଣ ହୋଇଛି ପାନୀୟଜଳ ପ୍ରକଳ୍ପ ଓ ଓଭରହେଡ ପାଣି ଟାଙ୍କି । ପଞ୍ଚାୟତ ସଦର ମହକୁମା ସମେତ ତିନିଖଣ୍ଡ ଗ୍ରାମକୁ ଦେଢ ମାସରୁ ଉର୍ଦ୍ଧ୍ବ ହେଲା ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଛି । ଯାହାର ପ୍ରତିବାଦ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

୩ଟି ଗ୍ରାମକୁ ଦେଢମାସ ହେଲା ଜଳଯୋଗାଣ ବନ୍ଦ, ଧାରଣାରେ ଜନସାଧାରଣ
୩ଟି ଗ୍ରାମକୁ ଦେଢମାସ ହେଲା ଜଳଯୋଗାଣ ବନ୍ଦ, ଧାରଣାରେ ଜନସାଧାରଣ

ବୌଦ୍ଧ: ପଞ୍ଚାୟତ ସଦର ମହକୁମା ସମେତ ତିନିଖଣ୍ଡ ଗ୍ରାମକୁ ଦେଢ ମାସରୁ ଉର୍ଦ୍ଧ୍ବ ହେଲା ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଛି ।ଫଳରେ ତିନୋଟି ଗାଁର ଅଧିବାସୀ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ସଦର ମହକୁମା ଠାରେ ନିର୍ମାଣ ହୋଇଛି ପାନୀୟଜଳ ପ୍ରକଳ୍ପ ଓ ଓଭରହେଡ ପାଣି ଟାଙ୍କି । କିନ୍ତୁ, ଆଶ୍ଚର୍ଯ୍ୟର କଥା ଉକ୍ତ ସରକାରୀ ପ୍ରକଳ୍ପଟି ଜଣେ ବ୍ୟକ୍ତିଗତ ମାଲିକାନା ଜମିରେ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ଏନେଇ ଦେଖାଦେଇଛି ସମସ୍ୟା ।

୩ଟି ଗ୍ରାମକୁ ଦେଢମାସ ହେଲା ଜଳଯୋଗାଣ ବନ୍ଦ, ଧାରଣାରେ ଜନସାଧାରଣ

ଜମିର ମାଲିକ ନିଜ ଜାଗାରେ ଏହି ପାନୀୟଜଳ ପ୍ରକଳ୍ପକୁ ବିରୋଧ କରିବାରୁ ଗତ ଦେଢ ମାସରୁ ଉର୍ଦ୍ଧ୍ବ ସମୟ ହେଲା ସେଠାରୁ ଜଳଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ମୁର୍ଷୁଣ୍ଢି ସହିତ ସରଣ୍ଡା ଓ ଭାଲିଆପଦର ଭଳି ତିନି ଖଣ୍ଡ ଗ୍ରାମର ଅଧିବାସୀ ପାନୀୟଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତକାଲି(ବୁଧବାର) ଏହାର ପ୍ରତିବାଦରେ ଅଞ୍ଚଳର ଯୁବକ ମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୁବକ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ତେବେ ବର୍ତ୍ତମାନ ସବୁଠାରୁ ବଡ କଥା ହେଲା ଲକ୍ଷ ଲକ୍ଷ ଟଙ୍କାର ଏଭଳି ପ୍ରକଳ୍ପ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ବିବାଦୀୟ ସ୍ଥାନରେ ନିର୍ମାଣ କରାଗଲା । ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଦାୟିତ୍ୱହୀନତାକୁ ବିଭିନ୍ନ ମହଲରେ ଦାୟୀ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.