ETV Bharat / state

ସମସ୍ୟାରେ ଜର୍ଜରିତ ସାମ୍ପୋଚ ପଞ୍ଚାୟତ, ପାନୀୟ ଜଳର ଉତ୍କଟ ସମସ୍ୟା

author img

By

Published : May 14, 2022, 3:23 PM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 57 ନମ୍ବର ଜାତୀୟ ରାଜପଥ ଠାରୁ ମହାନଦୀ ପର୍ଯ୍ୟନ୍ତ ଲାଗି ରହିଛି ସାମ୍ପୋଚ ପଞ୍ଚାୟତ । ତେବେ ସାମ୍ପୋଚ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟଜଳକୁ ନେଇ ଲାଗି ରହିଛି ସମସ୍ୟା । ଅଧିକ ପଢନ୍ତୁ

ସମସ୍ୟାରେ ଜର୍ଜରିତ ସାମ୍ପୋଚ ପଞ୍ଚାୟତ, ପାନୀୟ ଜଳର ଉତ୍କଟ ସମସ୍ୟା
ସମସ୍ୟାରେ ଜର୍ଜରିତ ସାମ୍ପୋଚ ପଞ୍ଚାୟତ, ପାନୀୟ ଜଳର ଉତ୍କଟ ସମସ୍ୟା

ବୌଦ୍ଧ: ସମସ୍ୟା ଘେରରେ ଗୋଟିଏ ପଞ୍ଚାୟତ । ମହାନଦୀ କୂଳରେ ଥାଇ ମଧ୍ୟ ପଞ୍ଚାୟତରେ ଉଭୟ ପାନୀୟଜଳ ଓ ଜଳସେଚନର ଘୋର ସଙ୍କଟ ଦେଖାଦେଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 57 ନମ୍ବର ଜାତୀୟ ରାଜପଥ ଠାରୁ ମହାନଦୀ ପର୍ଯ୍ୟନ୍ତ ଲାଗି ରହିଛି ସାମ୍ପୋଚ ପଞ୍ଚାୟତ । ତେବେ ସାମ୍ପୋଚ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟଜଳକୁ ନେଇ ଲାଗି ରହିଛି ସମସ୍ୟା । ଉଦାହରଣ ସ୍ବରୂପ କେବଳ ବରଝୁଲି ଗ୍ରାମରେ 18ଟି ନଳକୂପ ରହିଥିଲେ ମଧ୍ୟ ତା’ର ଉପଯୋଗ ହୋଇପାରୁନାହିଁ ।

ସମସ୍ୟାରେ ଜର୍ଜରିତ ସାମ୍ପୋଚ ପଞ୍ଚାୟତ, ପାନୀୟ ଜଳର ଉତ୍କଟ ସମସ୍ୟା

ସମସ୍ତ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା କାରଣରୁ ଜଳଯୋଗାଣ ବିଭାଗ ଏଗୁଡ଼ିକୁ ବ୍ୟବହାର କରିବାକୁ ବାରଣ କରିଛି । ତେଣୁ, ସ୍ଥାନୀୟ ଗ୍ରାମବାସୀ ମାନେ ବାଧ୍ୟ ହୋଇ ବନ୍ଧ ଗାଡିଆର ଦୂଷିତ ପାଣି ବ୍ୟବହାର କରି ନାନା ରୋଗରେ ପଡୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତରେ ପାନୀୟଜଳ ଭଳି ଜଳସେଚନର ମଧ୍ୟ କୌଣସି ସୁବିଧା ନାହିଁ । ପଞ୍ଚାୟତରେ ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଖଣ୍ଡେ ସବୁଦିନିଆ ପକ୍କା ରାସ୍ତା ଖଣ୍ଡେ ମଧ୍ୟ ନାହିଁ । ସେହିପରି ରାମ୍ଭିକଟା ଠାରୁ ଆରମ୍ଭ ହୋଇଥିବା ପଥପ୍ରାନ୍ତ ବନୀକରଣ ଯୋଜନାରେ ମଧ୍ୟ ବ୍ୟାପକ ଦୁର୍ନୀତି ହେବା ସହିତ ବନୀକରଣ ସମ୍ପୂର୍ଣ୍ଣ ଉଜୁଡି ପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.