ETV Bharat / state

ସରକାରୀ ନିୟମକୁ ଫୁ': ଶ୍ରମିକଙ୍କ କାମ କରୁଛି ଜେସିବି

author img

By

Published : May 30, 2021, 8:21 PM IST

ପଞ୍ଚାୟତ ସ୍ତରରେ ସରକାରୀ ନିୟମରେ ଖୋଲାଖୋଲି ଚ୍ୟାଲେଞ୍ଜ । ଏନ୍ ଆର ଜିଏସ୍ କାର୍ଯ୍ୟରେ ଜେସିବିର କରାଯାଉଛି ବ୍ୟବହାର । ଅଧିକ ପଢନ୍ତୁ...

ସରକାରୀ ନିୟମକୁ ଫୁ': ଶ୍ରମିକଙ୍କ କାମ କରୁଛି ଜେସିବି
ସରକାରୀ ନିୟମକୁ ଫୁ': ଶ୍ରମିକଙ୍କ କାମ କରୁଛି ଜେସିବି

ବୌଦ୍ଧ: ସରକାରୀ ନିର୍ଦ୍ଦେଶର ଖୋଲାଖୋଲି ଉଲଙ୍ଘନ । ଲକଡାଉନ ସମୟରେ ଶ୍ରମିକମାନେ କାମଧନ୍ଦା ଅଭାବର ସମ୍ମୁଖୀନ ହେଉଥିବାବେଳେ ବିଭିନ୍ନ ପଞ୍ଚାୟତରେ ଏନ୍ ଆର ଇଜିଏସ୍ କାର୍ଯ୍ୟ ମଣିଷ ବଦଳରେ ମେସିନ କରୁଥିବା ଅଭିଯୋଗ ହୋଇଛି ।

ସରକାରୀ ନିୟମକୁ ଫୁ': ଶ୍ରମିକଙ୍କ କାମ କରୁଛି ଜେସିବି

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅଧିକାଂଶ ପଞ୍ଚାୟତରେ ବର୍ତ୍ତମାନ ଲକଡାଉନର ସୁଯୋଗ ନେଇ ପଞ୍ଚାୟତ ସ୍ତରରେ ଏକ ବିରାଟ ରାକେଟ କାର୍ଯ୍ୟ କରି ଏନ ଆର ଇଜିଏସ ମାଧ୍ୟମରେ ଲୁଟ୍ ଚାଲିଛି ।

ଅଧିକାଂଶ ସ୍ଥାନରେ ବିନା ସୂଚନା ଫଳକରେ ଏହି କାର୍ଯ୍ୟ ହେଉଥିବାବେଳେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସବୁକିଛି ଜାଣି ଅଜଣା ପାଲଟି ଯାଇଛନ୍ତି ।

ବର୍ତ୍ତମାନ ହରଭଙ୍ଗା ବ୍ଲକର ବାମଣ୍ଡା ଖେଳ ପଡିଆ, ସରସରା ପଞ୍ଚାୟତ ନାରାୟଣପୁର ଗାଁ ବନ୍ଧ, ଲୁଣିବାହାଲ ବନ୍ଧ, ବୌଦ୍ଧ ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତ ବଡ ଖଲିଗାଁ ବନ୍ଧ, କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ବନ୍ଧ, ଆମ୍ବଗାଁ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗାଁ ବନ୍ଧ ଭଳି ଅନେକ ସ୍ଥାନରେ ଉକ୍ତ ଏନ ଆର ଇଜିଏସ କାର୍ଯ୍ୟରେ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ତେବେ ଏ ସମସ୍ତ କାର୍ଯ୍ୟ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଜ୍ଞାତସାରରେ ହେଉଥିବାରୁ ଏନେଇ ଏକ ବଡ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.