ETV Bharat / state

ଶାଗମାଛ ଦରରେ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ, ଫେଲ୍‌ ମାରିଲା ଆଲୋଚନା

author img

By ETV Bharat Odisha Team

Published : Oct 13, 2023, 9:44 AM IST

Updated : Oct 13, 2023, 1:13 PM IST

ବୌଦ୍ଧ ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖିବାକୁ ମିଳିିଛି । ଏନେଇ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିିଷ୍କର୍ସ ବାହାରିପାରିନାହିଁ । ଅଧିକ ପଢ଼ନ୍ତୁ

ଶାଗମାଛ ଦରରେ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ, ଫେଲ ମାରିଲା ଆଲୋଚନା
ଶାଗମାଛ ଦରରେ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ, ଫେଲ ମାରିଲା ଆଲୋଚନା

ଶାଗମାଛ ଦରରେ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ, ଫେଲ୍‌ ମାରିଲା ଆଲୋଚନା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖିବାକୁ ମିଳିିଛି । ଏନେଇ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିିଷ୍କର୍ସ ବାହାରିପାରିନାହିଁ । ରେଳ ବିଭାଗ ବେଆଇନ ଭାବେ ଏକ ପାଖିଆ ଭାବେ ରାସ୍ତା ସଂପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି ଜମି ହରାଉଥିବା ହିତାଧିକାରୀ । ବେଆଇନ ଭାବେ ଜମି ଅକ୍ତିଆରକୁ ତୀବ୍ର ବିରୋଧ କରିବା ସହ ଆଲୋଚନା ଅଧାରୁ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ତିନୋଟି ପର୍ଯ୍ୟାୟରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ରେଳ ବିଭାଗର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଚାଷ କାର୍ଯ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ବୌଦ୍ଧ ଜିଲ୍ଲାରେ ଅତିକ୍ରମ କରୁଛି । ହେଲେ ସେଠାରେ ଏହି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଶିଥିଳତାର ସହିତ ଚାଲିଥିବା ବେଳେ ରେଳବାଇ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଅନେକ ସ୍ଥାନରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ..ବାଟ ଓଗାଳୁଛି ରେଳପଥ: ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଗୁରୁବାର ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତ ଠାରେ ରେଳପଥକୁ ଭାଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଥିବା ଜମି ଅଧିଗ୍ରହଣ ପାଇଁ ହିତାଧିକାରୀଙ୍କ ସହିତ ପ୍ରଶାସନର ଆଲୋଚନା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଗୋଟିଏ ପାର୍ଶ୍ଵରେ ଥିବା ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଥିଲା । ନିୟମ ମୁତାବକ ରାସ୍ତା ମଝିରୁ ଉଭୟ ପାର୍ଶ୍ବରେ ଥିବା ଜମି ପଚିଶ ମିଟର ଲେଖାଏଁ ଅଧିଗ୍ରହଣ କରାଯିବାକୁ ଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ସବୁ ନିୟମକୁ ଉଲ୍ଲଂଘନ କରି କେବଳ ଗୋଟିଏ ପାର୍ଶ୍ଵରେ ଜମି ଅଧିଗ୍ରହଣ ଯୋଗୁଁ ଅନେକ ଲୋକେ ସମ୍ପୂର୍ଣ୍ଣ ଭୂମିହୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

କେତେକ ହିତାଧିକାରୀ ଜମିର ମୂଲ୍ୟ ବେଞ୍ଚମାର୍କର 15 ଗୁଣ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ି ଥିବା ବେଳେ ଅନ୍ୟ କେତେକ ସମାନ ଜମି ପ୍ରଦାନ ପାଇଁ ମତ ପ୍ରକାଶ କରିଥିଲେ। ତେବେ ପ୍ରଶାସନ ସହିତ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହେବା ସହିତ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ହିତାଧିକାରୀଙ୍କୁ ଜମି ବାବଦକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି ।


ଇଟିଭି ଭାରତ, ବୌଦ୍ଧ

Last Updated : Oct 13, 2023, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.