ETV Bharat / state

ଅବ୍ୟବସ୍ଥା ଘେରରେ ୧୭୫ ବର୍ଷର ବିଦ୍ୟାଳୟ, ପ୍ରଶାସନର ନିଘା ନାହିଁ

author img

By

Published : Aug 13, 2023, 7:47 AM IST

ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ନାନା ପ୍ରକାର ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ବିଦ୍ୟାଳୟର ବହୁବିଧ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି । ଅଧିକ ପଢନ୍ତୁ

ବିପଜ୍ଜନକ ସ୍ଥିତିରେ ବୌଦ୍ଧ ସର୍ବପୁରାତନ ବିଦ୍ୟାଳୟ
ବିପଜ୍ଜନକ ସ୍ଥିତିରେ ବୌଦ୍ଧ ସର୍ବପୁରାତନ ବିଦ୍ୟାଳୟ

ବିପଜ୍ଜନକ ସ୍ଥିତିରେ ବୌଦ୍ଧ ସର୍ବପୁରାତନ ବିଦ୍ୟାଳୟ

ବୌଦ୍ଧ: ଜିଲ୍ଲାର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ ବର୍ତ୍ତମାନ ନାନା ପ୍ରକାର ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ବିଦ୍ୟାଳୟ ଗୃହ ପୁରୁଣା ହୋଇ ଥିବାରୁ ଛାତରୁ ପାଣି ବୋହିବା ସହତ କାନ୍ଥ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ରହିଛି ଜିଲ୍ଲାର ସର୍ବବୃହତ ଗ୍ରାମ ସରସରା । ଏହି ସରସରା ଗ୍ରାମରେ ରହିଛି ଜିଲ୍ଲାର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ । ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୧୭୫ ବର୍ଷ ତଳେ ଅର୍ଥାତ୍ ୧୮୫୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟରୁ ଅନେକ କୃତି ଛାତ୍ର ସୃଷ୍ଟି ହୋଇଥିବା ବେଳେ ଏଠାରେ ଶିକ୍ଷକତା କରିଥିବା କୃତି ଶିକ୍ଷକ ବସନ୍ତ କୁମାର ସାହୁ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ହେଲେ ଏବେ ଏହି ସ୍କୁଲର ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସ୍କୁଲ ଘରର ସ୍ଥତି ଅତି ବିପଜ୍ଜନକ ଥିବା ବେଳେ ଆସନ୍ନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଛାତ୍ରଛାତ୍ରୀ ଏପରି ବିପଦ ସଙ୍କୁଳ ଅବସ୍ଥାରେ ରହି ପାଠ ପଢୁଥିବା ସହ ମଧ୍ୟହ୍ନ ଭୋଜନ ପାଇଁ ଖୋଲାରେ ଖାଉଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ ଉକ୍ତ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । କେବଳ ଜିଲ୍ଲା ନୁହେଁ, ରାଜ୍ୟର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଏହି ବିଦ୍ୟାଳୟ ।

ଅଧିକ ପଢନ୍ତୁ: ଅବ୍ୟବସ୍ଥା ଘେରରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ରୋଗୀ ହନ୍ତସନ୍ତ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୧୭୫ ବର୍ଷର ଏହି ବିଦ୍ୟାଳୟ ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ରହିଥିବା ନେଇ ଅଭିଯୋଗ ହୋଇଛି । ସରସରା ବିଦ୍ୟାଳୟରେ ତିନି ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟକୁ ସଂଲଗ୍ନ ରାସ୍ତାର ଅବସ୍ଥା ନ କହିବା ଭଲ । ପଙ୍କ କାଦୁଅ ଭରା ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲିକି ଯିବା ବି ମୁସକିଲ । ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଅନେକ ସ୍ଥାନରେ ଶ୍ରେଣୀ ଗୃହର ଛାତରୁ ବର୍ଷା ପାଣି ଗଳୁଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ବସି ପାଠ ପଢୁଛନ୍ତି ଓ ସେଭଳି ଅପରିଷ୍କାର ସ୍ଥାନରେ ମଧ୍ୟାହ୍ନ ଭୋଜନ କରୁଛନ୍ତି । ଏନେଇ ସରସରା ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶନିବାର ସରସରା ଅଞ୍ଚଳର ଅବିଭାବକ, ବୁଦ୍ଧିଜୀବୀ, ଜନ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟି ଏକତ୍ରିତ ହୋଇ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍ଥିର ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.