ETV Bharat / state

ଦୁଇ ଦନ୍ତାହାତୀ ଶିକାର ଘଟଣା, ବୌଦ୍ଧ ରେଞ୍ଜର ନିଲମ୍ବିତ

author img

By

Published : Jun 18, 2022, 1:14 PM IST

ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ ଘଟଣାରେ ନିଲମ୍ବିତ ହେଲେ ବୌଦ୍ଧ ରେଞ୍ଜର । ନିକଟରେ ଦୁଇ ଦିନରେ ଦୁଇଟି ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଅଧିକ ପଢନ୍ତୁ

ଦୁଇ ଦନ୍ତାହାତୀ ଶିକାର ଘଟଣା: ବୌଦ୍ଧ ରେଞ୍ଜର ନିଲମ୍ବିତ
ଦୁଇ ଦନ୍ତାହାତୀ ଶିକାର ଘଟଣା: ବୌଦ୍ଧ ରେଞ୍ଜର ନିଲମ୍ବିତ

ବୌଦ୍ଧ: ବନ୍ୟଜନ୍ତୁଙ୍କ ପାଇଁ ବର୍ତ୍ତମାନ ଅସୁରକ୍ଷିତ ବିଭିନ୍ନ ଜଙ୍ଗଲ । ମାଫିଆମାନେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଜାଲ ବିଛାଇ ରଖିଛନ୍ତି । ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ ଘଟଣାରେ ପୂର୍ବରୁ ଜଣେ ଫରେଷ୍ଟର ଓ ଦୁଇ ଜଣ ଗାର୍ଡକୁ ନିଲମ୍ବିତ କରିଥିବା ବେଳେ ଆଜି(ଶନିବାର) ନିଲମ୍ବିତ ହେଲେ ବୌଦ୍ଧ ରେଞ୍ଜର । ବନ୍ୟଜନ୍ତୁଙ୍କ ଅଭୟାରଣ୍ୟ ବର୍ତ୍ତମାନ ଶ୍ମଶାନ ଭୂଇଁ ପାଲଟିବାକୁ ବସିଛି ।

ଦୁଇ ଦନ୍ତାହାତୀ ଶିକାର ଘଟଣା: ବୌଦ୍ଧ ରେଞ୍ଜର ନିଲମ୍ବିତ

ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ଓ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବାବେଳେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଶିକାର ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ ବର୍ତ୍ତମାନ ବନ୍ୟପ୍ରାଣୀ ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ତେବେ ଗତ କିଛି ଦିନ ତଳେ ବୌଦ୍ଧ ସଦର ବନାଞ୍ଚଳର ଭୁର୍କିପଡାରେ ଓ ବେରେଡାବାରି ଜଙ୍ଗଲରୁ ଦୁଇ ଦିନରେ ଦୁଇଟି ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଦନ୍ତାହାତୀ ଶିକାର ଘଟଣା, ତିନି କର୍ମଚାରୀ ନିଲମ୍ବିତ

ଶିକାରୀଙ୍କୁ ଧରିବା ନାରେ ବନ ବିଭାଗ କେବଳ ଅନ୍ଧାରରେ ବାଡି ବୁଲାଉଥିବା ଅଭିଯୋଗ ହେଉଛି । ତେବେ ଏହି ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ୍‌ ଘଟଣାରେ ବନ ବିଭାଗ ପୂର୍ବରୁ ଜଣେ ଫରେଷ୍ଟର ଓ ଦୁଇ ଜଣ ଗାର୍ଡକୁ ନିଲମ୍ବିତ କରିଥିବାବେଳେ ବର୍ତ୍ତମାନ ବୌଦ୍ଧ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ପରିବେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଥିବାବେଳେ, ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତଦନ୍ତ ଚାଲିଛି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.