ETV Bharat / state

ଡରାଉଛି ନୂଆ ଭାରିଆଣ୍ଟ : ତଦାରଖ ପାଇଁ କୋଭିଡ ସେଣ୍ଟରରେ ପହଞ୍ଚିଲେ ଜିଲ୍ଲାପାଳ

author img

By

Published : Dec 28, 2022, 2:27 PM IST

ମାଡି ଆସୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ । ଏହି ନୂଆ ଭାରିଆଣ୍ଟକୁ ନେଇ ଜିଲ୍ଲାର କୋଭିଡ ଚିକିତ୍ସାଳୟ କେତେ ପ୍ରସ୍ତୁତ ତାହା ତଦାରଖ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

covid mcok drill in Boudh hospital
କୋରୋନା ମହାମାରୀକୁ ମାତ ଦେବା ପାଇଁ ମକଡ୍ରିଲ

କୋରୋନା ମହାମାରୀକୁ ମାତ ଦେବା ପାଇଁ ମକଡ୍ରିଲ

ବୌଦ୍ଧ : ହୁ ହୁ ହେଇ ଆସୁଛି କରୋନା ମହାମାରୀର ଆଉ ଏକ ନୂତନ ରୂପ (new corona variant BF7 ) । ଯାହାକୁ ନେଇ ସାରା ବିଶ୍ବ ଭୟଭୀତ । ତେବେ ଏହି ନୂତନ ଭାରିଆଣ୍ଟ ବା BF7 କୁ ନେଇ ଏବେଠୁ ସଜାଗ ହୋଇଗଲେଣି ରାଜ୍ୟ ସରକାର । ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର।

ଏହି ଅନୁସାରେ ବୌଦ୍ଧ ଜିଲ୍ଲାର କୋଭିଡ ସେଣ୍ଟରର ମହାମାରୀ ପାଇଁ କେତେ ପ୍ରସ୍ତୁତ ରହିଛି ତାର ତଦାରଖ ହୋଇଥିଲା । ଆଉ ତଦାରଖ ପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କୋଭିଡ ସେଣ୍ଟରରେ ପହଞ୍ଚି ଥିଲେ । ଏହି ପରିପ୍ରେକ୍ଷୀରେ ଏକ ମକଡ୍ରିଲ ମାଧ୍ୟମରେ ସମସ୍ତ ପ୍ରସ୍ତୁତିକୁ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧ ଭଳି ଜିଲ୍ଲାରେ ଗତ କରୋନା ମହାମାରୀରେ 120ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ତେଣୁ ଏଥର ଅକ୍ସିଜେନକୁ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ପାଇଁ ବେଶୀ ଗୁରୁତ୍ୱ ଦିଆଯାଇଛି ।ଏଥିସହିତ କୋଭିଡ ଟେଷ୍ଟିଂକୁ ମଧ୍ୟ ବଢାଇବାକୁ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯାଇଛି ।

ଉଭୟ କୋଭିଡ ଚିକିତ୍ସାଳୟ ଓ ଅକ୍ସିଜେନ ଉତ୍ପାଦ କେନ୍ଦ୍ର ସମ୍ପର୍କରେ ଡାକ୍ତର ସୂଚନା ଦେଇଥିବା ବେଳେ କୋଭିଡ ସେଣ୍ଟର ମଧ୍ୟରେ ଆହୁରି ଅନେକ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନାନୁସାରେ ଏବେ ସାରା ବିଶ୍ବରେ ଆରମ୍ଭ ହୋଇଯାଇଛି କୋଭିଡର ୪ର୍ଥ ଲହର । ତେଣୁ ଏହି ମହାମାରୀକୁ କିପରି ମାତ୍ ଦେଇ ହେବ ସେନେଇ ହସ୍ପିଟାଲ ପରିସରରେ ମକଡ୍ରିଲ କରାଯାଇଛି । କିଭଳି ଜଣେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯିବ ତାହା ମକଡ୍ରିଲ ମାଧ୍ୟମରେ ବୁଝାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଣେ ରୋଗୀଙ୍କୁ ନେଇ ମକଡ୍ରିଲ କରାଯାଇଥିଲା ।

ଏହାମଧ୍ୟ ପଢ଼ନ୍ତୁ. Covid Mock Drill: ପୁଣି କୋଭିଡ୍ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡିଶା ? କାଲି ସାରା ରାଜ୍ୟରେ ମକଡ୍ରିଲ

ଏଥିରେ ରୋଗୀ ଜଣକ ଏକ ଟ୍ରାଏଜରିଆ ମାଧ୍ୟମରେ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ତାର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା । କାରଣ ରୋଗୀ ଜଣକର ସ୍ବାସ୍ଥ୍ୟଅବସ୍ଥା କିପରି ରହିଛି । ଏଥିରେ ଯଦି ରୋଗୀର ଅବସ୍ଥା ସେତେଟା ଗୁରୁତର ନାହିଁ ତେବେ ତାକୁ ସାଧାରଣ କୋଭିଡ ଓ୍ବାର୍ଡରେ ରଖି ତାର ଟ୍ରିଟମେଣ୍ଟ କରାଯାଇପାରିବ । କିନ୍ତୁ ଯଦି ରୋଗୀର ଅବସ୍ଥା ସଙ୍କଟାପନ୍ନ ରହିଛି ତେବେ ତାକୁ କୋଭିଡ ଆଇସିୟୁକୁ ପଠାଯାଉଛି । ଆଇସିୟୁରେ କିଭଳି ରୋଗୀକୁ ଅକ୍ସିଜେନ ଦିଆଯିବ, ଭେଣ୍ଟିଲେଟର କିଭଳି ୨୪ ଘଣ୍ଟା ଚାଲିବ ଏନେଇ ପ୍ରସ୍ତୁତି ପ୍ରକ୍ରିୟା ହୋଇଥିଲା । ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତଥାପି ରାଜ୍ୟରେ ସର୍ଭେଲାନ୍ସ , ଟେଷ୍ଟିଂକୁ ଜୋରଦାର କରାଯିବା ପାଇଁ ଯୋଜନା ରହିଛି ।

ଏହି BF.7 ଏବେ ସାରା ବିଶ୍ବ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି । ମହାମାରୀ କୋଭିଡର ପରବର୍ତ୍ତୀ ଲହର ବା ୪ର୍ଥ ଲହରକୁ ନେଇ ସାରା ବିଶ୍ବ ଥରି ଉଠିଲାଣି । ଦେଶର ଅନେକ ଯାଗାରେ ମଧ୍ୟ ପୂର୍ବ ଭଳି କଟକଣା ଲାଗୁ ହେଲାଣି । ଚୀନରେ ମହାମାରୀ ଦିନକୁ ଦିନ ଅଣାୟତ ହେଲାଣି । ପ୍ରତ୍ୟେକ ଦିନ ଗଡୁଛି ଶହଶହ ମୁଣ୍ଡ । ଏ ହାକୁ ଦୃଷ୍ଟିରେ ରଖି ଭାରତ ସରକାର ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ରାଜ୍ୟସରକାର ମଧ୍ୟ ଆଜିଠୁ ପ୍ରତ୍ୟେକ ହସ୍ପିଟାଲରେ ଏନେଇ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗକୁ ଏ ସଂକ୍ରମିତ କେହି ରୋଗୀ ଆସନ୍ତି ସେଥିପାଇଁ ଯେପରି ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧା ନଉପୁଜେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.