ETV Bharat / state

ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଡିଓ ଓ ଅନ୍ୟ ଅଧିକାରୀ

author img

By

Published : Jun 19, 2021, 8:02 AM IST

କୋରୋନା ମହାମାରୀ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିବା ସହ ଅନେକଙ୍କ ହସଖୁସିର ପରିବାର ଉଜାଡି ଦେଇଛି । ତେବେ ବୌଦ୍ଧରେ ଦୁଇଟି ପରିବାରର ଶିଶୁମାନେ କୋରୋନାରେ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ବେଳେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ । ଅଧିକ ପଢନ୍ତୁ...

ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଡିଓ ଓ ଅନ୍ୟ ଅଧିକାରୀ
ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଡିଓ ଓ ଅନ୍ୟ ଅଧିକାରୀ

ବୌଦ୍ଧ: କୋରୋନା ମହାମାରୀ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିବା ସହ ଅନେକଙ୍କ ହସଖୁସିର ପରିବାର ଉଜାଡି ଦେଇଛି । କେଉଁଠି ବୃଦ୍ଧ ପିତାମାତା ନିଜ ଯୁବ ପୁଅଝିଅଙ୍କୁ ହରାଇ ଅସହାୟ ହୋଇଯାଇଛନ୍ତି ତ କେଉଁଠି ଛୋଟ ପୁଅଝିଅ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ଏଭଳି ଦୁଇଟି ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି ।

ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଡିଓ ଓ ଅନ୍ୟ ଅଧିକାରୀ

ବୌଦ୍ଧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବାର ହଜାର ମୁହାଁ ହେଲାଣି । ସେପଟେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 75ରେ ପହଞ୍ଚିଲାଣି ।

ଏହି କୋରୋନା ମହାମାରୀ ଯୋଗୁଁ କଣ୍ଟାମାଳ ବ୍ଲକ କୁଲିହାପାଲି ଗ୍ରାମର ଉଭୟ ପିତାମାତାଙ୍କ ମୃତ୍ୟୁ ଯୋଗୁଁ ତାଙ୍କର ଗୋଟିଏ ମାତ୍ର ପୁଅ ଅନାଥ ହୋଇଯାଇଛି, ଯିଏକି ନାବାଳକ । ସେପଟେ ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ବଣ ପାହାଡ ଘେରା ବାହାଲି ଗ୍ରାମର ତିନି ଜଣ ନାବାଳକ ଶିଶୁଙ୍କ ପୂର୍ବରୁ ମାଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଗତ ତିନି ଦିନ ତଳେ ବାପାଙ୍କ ମୃତ୍ୟୁ ଘଟି ତିନି ଜଣ ଶିଶୁ ଅନାଥ ହୋଇଯାଇଛନ୍ତି ।

ସୂଚନାପାଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରି ବାହାଲି ଗ୍ରାମର ଅନାଥ ଶିଶୁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.