ETV Bharat / state

ଶିଶୁ ଶ୍ରମିକ ଉଦ୍ଧାର କଲା ଶିଶୁ ମଙ୍ଗଳ ସମିତି

author img

By

Published : Oct 11, 2022, 12:56 PM IST

ବୌଦ୍ଧ ଜିଲ୍ଲାରେ ଉଦବେଗଜନକ ଶିଶୁ ଶ୍ରମିକ ପ୍ରଥା । ଏକ ଢାବାରେ ଚଢ଼ାଉ କରି ଜଣେ ଶିଶୁ ଶ୍ରମିକ ଉଦ୍ଧାର କରିଛି ଶିଶୁ ମଙ୍ଗଳ କମିଟି । ଅଧିକ ପଢନ୍ତୁ

ଶିଶୁ ଶ୍ରମିକ ଉଦ୍ଧାର କଲା ଶିଶୁ ମଙ୍ଗଳ ସମିତି
ଶିଶୁ ଶ୍ରମିକ ଉଦ୍ଧାର କଲା ଶିଶୁ ମଙ୍ଗଳ ସମିତି

ବୌଦ୍ଧ: ଜିଲ୍ଲାରେ ଉଦବେଗଜନକ ଶିଶୁ ଓ କିଶୋର ଶ୍ରମିକ ପ୍ରଥା । ଏହାର ନିରାକରଣ ଦିଗରେ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଥିବା ବେଳେ ଖୋଦ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏକ ଢାବାରେ ଚଢ଼ାଉ କରି ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।
ଜିଲ୍ଲାରେ ଉଦବେଗଜନକ ଶିଶୁ ଓ କିଶୋର ଶ୍ରମିକଙ୍କ ସମସ୍ୟା । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବିପଦ ଶଙ୍କୁଳ ତଥା ବେଆଇନ କାର୍ଯ୍ୟରେ ଅଠର ବର୍ଷରୁ କମ ନାବାଳକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ ଥିବା ସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କିମ୍ବା ବର୍ଷ ବର୍ଷ ଧରି କୌଣସି ମାମଲା ରୁଜୁ ହୋଇନାହିଁ ।

ଶିଶୁ ଶ୍ରମିକ ଉଦ୍ଧାର କଲା ଶିଶୁ ମଙ୍ଗଳ ସମିତି

ଫଳରେ ଦିନକୁ ଦିନ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରୁ ଅଧା ପାଠପଢାରୁ ଅନେକ ନାବାଳକ ଅଳ୍ପ ପାରିଶ୍ରମିକରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବା ନଜରକୁ ଆସୁଛି । ପରିବାରର ଆର୍ଥିକ ତଥା ସାମାଜିକ ଦୂରାବସ୍ଥା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ରୋକିବାରେ ଶିଶୁ ସୁରକ୍ଷା, ଚାଇଲ୍ଡ ଲାଇନ, ପୋଲିସ ସତର୍କ ରହୁଥିବା ବେଳେ ଶ୍ରମ ବିଭାଗର ଭୂମିକା କିନ୍ତୁ ସନ୍ଦେହ ଜନକ ରହିଛି ।

ଏଭଳି ଜଣେ ଶିଶୁ ଶ୍ରମିକକୁ ଖୋଦ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଉଦ୍ଧାର କରିବା ଘଟଣା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଅଧ୍ୟକ୍ଷ ବାମଣ୍ଡାର ଏକ ଚର୍ଚ୍ଚିତ ଢାବାରେ ଚଢ଼ାଉ କରି ଜଣେ ନାବାଳକକୁ ଉଦ୍ଧାର କରିବା ସହିତ ଉକ୍ତ ନାବାଳକକୁ ବୀରନରସିଂପୁର ଠାରେ ଥିବା ବାଳଗୃହକୁ ପଠାଇଥିବା ସୂଚନା ମିଳିଛି । ତେବେ ଏତେ ସଚେତନାତା ଥାଇ ବି କାହିଁକି ବଢୁଛି ଶୁଶଉ ଶ୍ରମିକଙ୍କ ସଂଖ୍ୟା । ପରିବାରର ସ୍ବଚ୍ଛଳ ଅବସ୍ଥା ନ ହେବା ନା ସଚେତନତା ଅଭାବ ପ୍ରମୁଖ କାରଣ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.