ETV Bharat / state

କୋରୋନା ମାଡରେ ଘାଇଲା ବାରିକ ସମାଜ, ସହାୟତା ପାଇଁ ଦାବି

author img

By

Published : Jun 21, 2021, 11:01 PM IST

କୋରୋନାରେ ପ୍ରଭାବିତ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ବାରିକ ସମାଜ । ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

boudh barber society
କୋରୋନା ମାଡରେ ଘାଇଲା ବାରିକ ସମାଜ, ସହାୟତା ପାଇଁ ଦାବି

ବୌଦ୍ଧ: ଜିଲ୍ଲାରେ କୋରୋନା ମହାମାରୀ ଯୋଗୁଁ ଗଭୀର ପ୍ରଭାବିତ ହୋଇଛନ୍ତି ଶହ ଶହ ବାରିକ ପରିବାର । ଆଜି ଏନେଇ ଜିଲ୍ଲା ବାରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୋରୋନା ମାଡରେ ଘାଇଲା ବାରିକ ସମାଜ, ସହାୟତା ପାଇଁ ଦାବି

କୋରୋନା ମହାମାରୀ ମାଡରେ ବାରିକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ବୌଦ୍ଧ ଜିଲ୍ଲାରେ 2500ରୁ ଊର୍ଦ୍ଧ୍ବ ବାରିକ ନିଜ କୌଳିକ ବୃତ୍ତି ସହ ଜଡ଼ିତ ରହି ଚୁଟିକଟା କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କୋରୋନା ମହାମାରୀର ପ୍ରଥମ ଲହର ଓ ଦ୍ବିତୀୟ ଲହରରେ ଲକଡାଉନ ଯୋଗୁଁ ଏହି ବାରିକ ସମାଜ ଗଭୀର ପ୍ରଭାବିତ ହୋଇଛନ୍ତି । ମାସ ମାସ ଧରି ଜିଲ୍ଲାର ସମସ୍ତ ସେଲୁନ ଦୋକାନରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ତେଣୁ ବାରିକ ସମାଜର ସହାୟତା ପାଇଁ ଜିଲ୍ଲା ବାରିକ ସମାଜ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସେପଟେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରବିବାର ହରଭଙ୍ଗା ବ୍ଲକର କୁଟୀଝାର ଠାରେ ଏକ ଜରୁରୀ ବୈଠକରେ ସରକାରଙ୍କ ନିକଟରେ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.