ETV Bharat / state

ପହଞ୍ଚି ପାରୁନି ଆମ୍ବୁଲାନ୍ସ, ହୀନସ୍ତା ହେଉଛନ୍ତି ଉପାନ୍ତ ଅଞ୍ଚଳ ଲୋକେ

author img

By

Published : Jul 28, 2022, 11:47 AM IST

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ଆମ୍ବୁଲାନ୍ସ ସେବା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉପାନ୍ତ ଅଞ୍ଚଳର ରୋଗୀ ।

ଆମ୍ବୁଲାନ୍ସ ସେବା ଅପହଞ୍ଚ
ଆମ୍ବୁଲାନ୍ସ ସେବା ଅପହଞ୍ଚ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ଆମ୍ବୁଲାନ୍ସ ସେବା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରୋଗୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ ।

ଆମ୍ବୁଲାନ୍ସ ସେବା ଅପହଞ୍ଚ

ସରକାର ଆଦିମ ଉପାନ୍ତ ଅଞ୍ଚଳର ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତାଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେନେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଶିକ୍ଷା ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ହେଲେ ଏହାର ବ୍ୟତିକ୍ରମ ପରିଲିକ୍ଷିତ ହେଉଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ପଡିଛି ।

ଜିଲ୍ଲାର ମହାଲିକପଡା, କୁଶଙ୍ଗ, ତଳଗାଁ, ଆଢେଣୀଗଡ, ଟିକରପଡା ଭଳି ଅନେକ ଉପାନ୍ତ ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ବିଶେଷ ଭାବରେ ବର୍ଷା ଦିନରେ ଏହି ସମସ୍ୟା ବହୁ ଗୁଣରେ ପରିଲିକ୍ଷିତ ହେଉଛି । ଏନେଇ ବୌଦ୍ଧ ଜିଲ୍ଲାପାଳ ବାରମ୍ବାର ଉଦବେଗ ପ୍ରକାଶ କରିଆସୁଛନ୍ତି । ସେପଟେ ଗତ ରବିବାର ବରଗାଁ ପଞ୍ଚାୟତ ସାହାଜପିଟା ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଆମ୍ବୁଲାନ୍ସ ସେବାକୁ ନେଇ ସିଡିଏମଓ ଏଭଳି ସମସ୍ୟା ସମ୍ପର୍କରେ କୌଣସି ସୂଚନା ତାଙ୍କ ନିକଟରେ ନଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.