ETV Bharat / state

ବାଇକ ଉପରେ ମାଡିଗଲା ଆନ୍ଧ୍ରା ଟ୍ରକ, ଜଣେ ମୃତ

author img

By

Published : Feb 4, 2023, 12:36 PM IST

ଗେଲପୁର ଛକ ନିକଟରେ ସଡକ ଦୁର୍ଘଟଣା । ବାଇକକୁ ଟ୍ରକ ଧକ୍କା ଦେବାରୁ ଜଣେ ମୃତ । ଅଧିକ ପଢନ୍ତୁ

youth died after truck hits bike in bhadrak
youth died after truck hits bike in bhadrak

youth died after truck hits bike in bhadrak

ଭଦ୍ରକ: ଜିଲ୍ଲାରେ ସଡକ ଦୁର୍ଘଟଣା । ବାଇକ ଉପରେ ଟ୍ରକ ମାଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ତିନି ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ପ୍ରକାଶ ସାହୁ । ଏ ଗୁରୁତର ଜଣଙ୍କ ହେଉଛନ୍ତି ପ୍ରଶାନ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ଆରଏନ ବେତଡା ପଞ୍ଚାୟତ ବିରୀପଡା ଅଞ୍ଚଳର ଧନେଶ୍ୱର ସାହୁଙ୍କ ପୁଅ ପ୍ରକାଶ ସାହୁ ଓ ତାଙ୍କ ସାଙ୍ଗ ପ୍ରଶାନ୍ତ ଏକ ବାଇକ ଯୋଗେ ଗତକାଲି ଘରୁ ବାହାରି ଭଦ୍ରକ ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କ ପଛପଟୁ ଧକ୍କା ଦେଇଥିଲା । ଫଳେ ଘଟଣା ସ୍ଥଳରେ ପ୍ରକାଶ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଓ ସିଟି ଡ଼ିଏସପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିବା ସହ ରାସ୍ତା ରୋକରୁ ଓହରିଥିଲେ ଲୋକମାନେ । ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ଖସି ପଳାଉଥିବା ବେଳେ ପୋଲିସ ଟ୍ରକଟିକୁ ଜବତ କରିବା ସହ 3 ଜଣଙ୍କୁ ଅଟକ ରଖିଛି । ଟ୍ରକଟି ଆନ୍ଧ୍ରପ୍ରଦେଶର ହୋଇଥିବା ସୂଚନା ମିଳିଛି ।

ଗତ କିଛିଦିନ ତଳେ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିବା ବେଳେ କୁଳଣା ଛକ ନିକଟରେ ଷ୍ଟିୟରିଂ ଫେଲ ହେବାରୁ ଏକ ବସ ଓଲଟି ପଡିଥିଲା । ଫଳରେ ୧୫ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅମ୍ରିତ ନାମକ ଯାତ୍ରୀବାହି ବସ ଦୁର୍ଘଟଣାର ଶିକାର ହୋଇଥିଲା । କୁଳଣା ଛକ ନିକଟରେ ବସ୍‌ର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ ହୋଇଯିବା ପରେ ଚକ ବାହାରି ଯାଇଥିଲା । ଏହାପରେ ବସଟି ରାସ୍ତାରେ ଥିବା ଏକ ଖାଲକୁ ଓଲଟି ପଡିଥିଲା । ଏହା ପୂର୍ବରୁ ଢେଙ୍କାନାଳ ସଦର ଥାନା ପଞ୍ଚୁଵଟୀ ନିକଟରେ ଏହି ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.