ETV Bharat / state

ଆରଡି ପୀଠରେ ସ୍ବତନ୍ତ୍ର ଜନ୍ମାଷ୍ଟମୀ ନୀତି

author img

By

Published : Aug 25, 2019, 2:15 AM IST

ସ୍ବତନ୍ତ୍ର ରୀତିନୀତି ସହ ଅନୁଷ୍ଠିତ ହୋଇଛି ଭଦ୍ରକ ଜିଲ୍ଲା ଆରଡି ଧାମରେ ବାବା ଆଖଣ୍ଡଳମଣିଙ୍କର ଜନ୍ମାଷ୍ଟମୀ ନିତୀକାନ୍ତି । ଶ୍ରୀକୃଷ୍ଣ ଜନ୍ମ ପରେ ପାଳିତ ହେଲା କଂସ ମହିପାଳ ନୀତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣି ମନ୍ଦିରରେ ନିଆରା ଭାବେ ପାଳିତ ହୋଇଛି ଜନ୍ମାଷ୍ଟମୀ ନୀତିକାନ୍ତି। ପୀଠରେ ଶତାଧିକ ବର୍ଷ ଧରି ପ୍ରଚଳିତ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ ଅନୁଷ୍ଠିତ ହୋଇଯାଇଛି କଂସ ମହିପାଳ ନୀତି।

ଏହି ନୀତି ପ୍ରାରମ୍ଭରୁ ନିଧି ପାଢ଼ୀ ସାହି ସ୍ଥିତ ଭଗବାନ ଶ୍ରୀକୃଷ୍ଣ ପୂଜା ମଣ୍ଡପର ଦ୍ବାର ଫିଟା ଯିବା ପରେ ନୀତିକାନ୍ତି ହୋଇଥିଲା। ସନ୍ଧ୍ୟାରେ ଖଣ୍ଡିକିଆ ହରିବଂଶ ପଠନ କରାଯାଇଥିଲା। ଏହାପରେ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବସୁଦେବ ସାଜିଥିବା ଶୁସାନ୍ତ ତ୍ରିପାଠୀ ଆଖଣ୍ଡଳମଣି ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପୂର୍ବରୁ ମନ୍ଦିର ମଧ୍ୟରେ ଜଗିରହିଥିବା ଅସିତ ପାଢ଼ୀ ଉଗ୍ରସେନ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ବାଟ ଓଗାଳି ଥିଲେ। ଏହାପରେ ଭଗବାନଙ୍କ ପରିଚୟ ପାଇବା ପରେ ବାଟ ଛାଡିଥିଲେ। ଏମିତି ପରମ୍ପରା ସାରା ଓଡ଼ିଶାରେ ପାଳିତ ପରମ୍ପରା ଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣି ମନ୍ଦିରରେ ନିଆରା ଭାବେ ପାଳିତ ହୋଇଛି ଜନ୍ମାଷ୍ଟମୀ ନୀତିକାନ୍ତି। Body:ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣି ମନ୍ଦିରରେ ନିଆରା ଭାବେ ପାଳିତ ହୋଇଛି ଜନ୍ମାଷ୍ଟମୀ ନୀତିକାନ୍ତି। ପୀଠରେ ଶତାଧିକ ବର୍ଷ ଧରି ପ୍ରଚଳିତ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବା ପରେ ଅନୁଷ୍ଠିତ ହୋଇଯାଇଛି କଂସ ମହିପାଳ ନୀତି। ଏହି ନୀତି ପ୍ରରମ୍ଭରୁ ନିଧି ପାଢ଼ୀ ସାହି ସ୍ଥିତ ଭଗବାନ ଶ୍ରୀକୃଷ୍ଣ ପୂଜା ମଣ୍ଡପର ଦ୍ୱାର ଫୀଟା ଯିବା ପରେ ନୀତିକାନ୍ତି ହୋଇଥିଲା। ସନ୍ଧ୍ୟାରେ ଖଣ୍ଡିକିଆ ହରିବଂଶ ପଠନ କରାଯାଇଥିଲା। ଏହାପରେ ଏକ ଆଧ୍ୟାତ୍ମିକ ପଟୁଆର ରେ ବାସୁଦେବ ସାଜିଥିବା ଶୁସାନ୍ତ ତ୍ରିପାଠୀ ଆଖଣ୍ଡଳମଣି ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବରୁ ମନ୍ଦିର ମଧ୍ୟରେ ଜଗିରହିଥିବା ଅସିତ ପାଢ଼ୀ ଉଗ୍ରସେନ ଭାବେ ଭଗବାନ ଶ୍ରୀକୃଷ୍ଣ ଙ୍କ ବାଟ ଓଗାଳି ଥିଲେ। ଏହାପରେ ଭଗବାନଙ୍କ ପରିଚୟ ପାଇବା ପରେ ବାଟ ଛାଡିଥିଲେ। ଏମିତି ପରମ୍ପରା ସାରା ଓଡ଼ିଶାରେ ପାଳିତ ପରମ୍ପରା ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.