ETV Bharat / state

ମୋଟରସାଇକେଲ ଚୋରି ରାକେଟର 2 ଅଭିଯୁକ୍ତ ଗିରଫ

author img

By

Published : Jul 17, 2022, 7:16 PM IST

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ବାଇକ ଚୋରି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ 10ଟି ମୋଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ ହୋଇଛି । ଅଧିକ ପଢନ୍ତୁ

10ଟି ମଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ
10ଟି ମଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ମିଳିଛି ସଫଳତା । 10ଟି ମୋଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ ହୋଇଛି । ଚୋରି ହୋଇଥିବା ଆହୁରି ଅନେକ ମୋଟରସାଇକେଲ ଉଦ୍ଧାର ହେବା ସହ ରାକେଟର ଅନ୍ୟ ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବେ ବୋଲି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଅଞ୍ଚଳର ଅଜୟ କୁମାର ମଲ୍ଲିକଙ୍କ ଏକ ମୋଟରସାଇକେଲ ଜୁନ୍‌ 22 ତାରିଖରେ ଚୋରି ହୋଇଥିଲା ।

10ଟି ମଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ

ଏନେଇ ଅଜୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ କୌଣସି ସୂତ୍ରରୁ ଖବର ପାଇ ଚରମ୍ପା ରେଲୱେ କଲୋନୀର ରଞ୍ଜନ ପାତ୍ର ଓ ଝିମିତିରା ଗ୍ରାମର ବିଜୟ ଜେନାକୁ ଆଣି ପଚାରଉଚରା କରିଥିଲା । ଉଭୟେ ଅନେକ ମୋଟରସାଇକେଲ ଚୋରୀରେ ସମ୍ପୃକ୍ତ ଥିବା ଏବଂ ଅନ୍ୟ କିଛି ସହଯୋଗୀ ଏହି ଘଟଣାରେ ସାମିଲ ଥିବା ଉଭୟ ମାନିଥିଲେ । ସେମାନଙ୍କ ବୟାନ ଭିତ୍ତିରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା ।

ଅଦ୍ୟାବଧି 10ଟି ମୋଟରସାଇକେଲ ଉଦ୍ଧାର କରିବା ସହ ସେସବୁର ମାଲିକାନାସତ୍ତ୍ଵକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ରଞ୍ଜନ କେରକେଟା । ତେବେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.