ETV Bharat / state

ବାବା ଆଖଣ୍ଡଳମଣି ପୀଠ: ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ସମାଗମ

author img

By

Published : Jul 29, 2019, 11:01 AM IST

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ଶ୍ରାବଣ ଯାତ୍ରାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରାବଣରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ଯାତ୍ରା । ଦ୍ବିତୀୟ ସୋମବାରରେ ଜଳଲାଗି କଲେ କାଉଡିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଶ୍ରାବଣ ମାସର ଦ୍ବିତୀୟ ସୋମବାର । ବୋଲବମ୍‌ ହର୍‌ ହର୍‌ ବମ୍‌ ଧ୍ବନିରେ ପ୍ରକମ୍ପିତ ଶୈବପୀଠ । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ଶ୍ରାବଣ ଯାତ୍ରାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତଙ୍କ ସମାଗମ ହୋଇଛି । ଭୋର 4.30ରେ ବାବାଙ୍କ ପହୁଡ ଖୋଲିବା ପରେ କାଉଡିଆ ଭକ୍ତଙ୍କ ଜଳାଭିଷେକ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଶ୍ରାବଣ ମାସରେ ରାଜ୍ୟ ତଥା ଦେଶର ବିଭିନ୍ନ ଶୈବପୀଠରେ ଜଳଲାଗି କରିବା ପାଇଁ ମାନସିକ ଧାରୀ କାଉଡ଼ିଆଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ । ପ୍ରତିବର୍ଷ ଶ୍ରାବଣ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ବାବା ଆଖଣ୍ଡଳମଣିଙ୍କ ପୀଠରେ ହୋଇଥାଏ । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାବା ଆଖଣ୍ଡଳମଣି ପିଠ ରେ ଶ୍ରାବଣୀ ଯାତ୍ରା। Body:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାବା ଆଖଣ୍ଡଳମଣି ପିଠ ରେ ଶ୍ରାବଣୀ ଯାତ୍ରା। ଶ୍ରାବଣ ମାସର ଦ୍ଵିତୀୟ ସୋମବାର ରେ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ସଂଖ୍ୟାରେ କାଉଡିଆ ଭକ୍ତ ମାନଙ୍କ ସମାଗମ ହୋଇଛି। ଭୋର 4.30 ରେ ବାବା ଙ୍କ ପହୁଡ ଖୋଲିବା ପରେ କାଉଡିଆ ଭକ୍ତ ମାନଙ୍କ ଜଳାଭିଷେକ ଆରମ୍ଭ ହୋଇଥିଲା। ବୋଲ ବୋମ ଧ୍ୱନିରେ ପ୍ରକମ୍ପିତ ହେଲା ଆଖଣ୍ଡଳମଣି ପିଠ। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ କୁ ଦୃଷ୍ଟିରେ ରଖି ମନ୍ଦିର ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.