ETV Bharat / state

ଭଦ୍ରକରେ ସିରିଜ ଦୁର୍ଘଟଣା, ଜଣେ ମୃତ ୯ ଗୁରୁତର

author img

By

Published : Apr 29, 2023, 10:04 PM IST

ଭଦ୍ରକର 16 ନମ୍ବର ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ 9 ଜଣ ଗୁରୁତର । 3 ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ । ଅଧିକ ପଢ଼ନ୍ତୁ

ଭଦ୍ରକର 16 ନମ୍ବର ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା
ଭଦ୍ରକର 16 ନମ୍ବର ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା

ଭଦ୍ରକର 16 ନମ୍ବର ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା

ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ 9 ଜଣ ଗୁରୁତର। ଗୁରୁତର ମାନଙ୍କମଧ୍ୟରୁ 3 ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଅନୁଯାୟୀ ପଶ୍ଚିମବଙ୍ଗରୁ ପୁରୀ ଯିବା ବେଳେ ଏକ ଦୁର୍ଘଟଣା ଘଟିଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକକୁ ପିଟି ଦେଲା ପୁରୀ ଯାଉଥିବା ଏକ କାର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି । 6 ଜଣ ଯାତ୍ରୀ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଅନ୍ୟ 4 ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କାରରେ ଥିବା ଅନ୍ୟ 4 ଜଣ ଗୁରୁତର ଭାବେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଦୁଘଟଣାଗ୍ରସ୍ଥ ଗାଡିରେ 6 ଜଣ ଯାତ୍ରୀ ଥିବା ସୂଚନା ମିଳିଛି।

ସେହିପରି ଅନ୍ୟ ଏକ ସଡକ ଦୁର୍ଘଟଣାରେ ଟ୍ରକକୁ ଧକ୍କା ଦେଇ ଓଲଟିଲା କୁକୁଡ଼ା ନେବାକୁ ଆସିଥିବା ଏକ ଟ୍ରକ । ଫଳରେ ଟ୍ରକ ରେ ଥିବା 5 ଜଣ ଗୁରୁତର ହୋଇଥିଲେ। ଖବର ଅନୁଯାୟୀ କଲିକତା ଅଞ୍ଚଳରୁ ଏକ ଟ୍ରକ କୁକୁଡ଼ା ଚିଆଁ ନେବା ପାଇଁ ଆସିଥିବା ବେଳେ ତ୍ରୀଶଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକରୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ମୋଟ 6 ଜଣ ଲୋକଙ୍କ ମଧ୍ୟରୁ 5 ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଭାବେ ଆହତ ହୋଇଥିବା ଲୋକ ମାନେ କଲିକତା ଅଞ୍ଚଳର ବୋଲି ଜଣାପଡ଼ିଛି।

ତେବେ ଡ୍ରାଇଭରଙ୍କର ଆଖି ଲାଗି ଯିବାରୁ ଟ୍ରକଟି ଏହିପରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛିି। ଏନେଇ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ 3 ଜଣ ଲୋକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ତୁରନ୍ତ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.