ETV Bharat / state

କୋଭିଡ କଟକଣାରେ ପାଳନ ହେଉଛି ରାମନବମୀ

author img

By

Published : Apr 21, 2021, 3:37 PM IST

କୋଭିଡ କଟକଣା ପାଳନ ହେଉଛି ରାମନବମୀ । ଘରେ ରହି ପୂଜା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ram navami celebration in bhadrak
କୋଭିଡ କଟକଣାରେ ପାଳନ ହେଉଛି ରାମନବମୀ

ଭଦ୍ରକ : ଆଜି ପବିତ୍ର ରାମ ନବମୀ । ଭଦ୍ରକ ଗାନ୍ଧୀ ପଡିଆରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ନିରାଡ଼ମ୍ବର ଭାବେ ରାମନବମୀ ପୂଜା ପାଳନ କରାଯାଉଛି। ରାମନବମୀ ପୂଜାରେ ମେଢ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଥିବାରୁ ମେଢ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ଶ୍ରଦ୍ଧାଳୁମାନେ ନିଜ ଘରେ ରହି ପୂଜା କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହାଯାଇଛି ।

କୋଭିଡ କଟକଣାରେ ପାଳନ ହେଉଛି ରାମନବମୀ

ଏଭଳି ପରିସ୍ଥିତିରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚନା । ଆଜି ଯଜ୍ଞର ଶେଷ ଦିନରେ ପୂର୍ଣ୍ଣାହୁତି ହେବ । ପ୍ରଶାସନର ଯାହାବି କଟକଣା ଅଛି, ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ଯଜ୍ଞ ପୂଜା ଚାଲିଛି । ସମସ୍ତେ କୋଭିଡ଼ କଟକଣା ମାନି ସାମାଜିକ ଦୂରତା ଅଵଲମ୍ବନ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.