ETV Bharat / state

ବୃଦ୍ଧଙ୍କୁ ଅଶାଳୀନ ଇଙ୍ଗିତ କରି ବିବାଦରେ ଆଇଟମ ଗାର୍ଲ ପିହୁ, ଥାନାରେ ମାମଲା

author img

By

Published : Apr 25, 2023, 12:39 PM IST

ଆଇଟମ ଗାର୍ଲ ପିହୁଙ୍କ ବିରୋଧରେ ଥାନାରେ ଅଭିଯୋଗ। ଅଶାଳୀନ ଇଙ୍ଗିତ କରିବାରୁ ଥାନାରେ ଅଭିଯୋଗ କଲେ ବୃଦ୍ଧ। ଅଧିକ ପଢନ୍ତୁ

Police complaint against item girl Pihu
Police complaint against item girl Pihu

ବୃଦ୍ଧଙ୍କୁ ଅଶାଳୀନ ଇଙ୍ଗିତ କରି ବିବାଦରେ ଆଇଟମ ଗାର୍ଲ ପିହୁ

ଭଦ୍ରକ: ଯାତ୍ରା ମଞ୍ଚରେ ନୃତ୍ୟ ପରିବେଶଣ କରୁଥିଲେ ଆଇଟମ ଗାର୍ଲ ପିହୁ । ନୃତ୍ୟ ସମୟରେ ଜଣେ ବୃଦ୍ଧଙ୍କୁ ଅଶାଳୀନ ଇଙ୍ଗିତ କରି ଏବେ ବିବାଦରେ ଆଇଟମ ଗାର୍ଲ ପିହୁ । ଯାତ୍ରା ପେଣ୍ଡାଲରେ ନୃତ୍ୟ କରୁଥିବା ସମୟରେ ଅଶାଳିନ ଇଙ୍ଗିତ କରିବା ସହ ଜଣେ ବୃଦ୍ଧଙ୍କ ମୁଣ୍ଡରେ ହାତ ମାରି ଦେବାରୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।

ଏପ୍ରିଲ ମାସ 22 ତାରିଖ ଦିନ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ପାଟଣ ମଙ୍ଗଳା ପୀଠରେ ଯାତ୍ରା ଚାଲିଥିଲା । ତେବେ ବହି ଆରମ୍ଭ ହେବା ପୂର୍ବରୁ ପ୍ରଥମେ ମୋଲେଡି ହୋଇଥିଲା । ଏହି ସମୟରେ ଷ୍ଟେଜ୍‌କୁ ଓହ୍ଳାଇ ଥିଲେ ପିହୁ। ଶାଢି ପିନ୍ଧି ସେ ଷ୍ଟେଜ୍‌ରେ ଡ୍ଯାନ୍ସ କରୁଥିବା ସମୟରେ ବେଳେ ବଜାରପୁର ଗାଁର ପୀତବାସ ବାରିକଙ୍କ ମୁଣ୍ଡରେ ହାତ ମାରି ଦେଇଥିଲେ । ଏଥିରେ ବୃଦ୍ଧ ଜଣଙ୍କ ରାଗି ଯାଇ ପିହୁଙ୍କୁ ଜୋତା ଉଠାଇଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା କମିଟିର କର୍ମକର୍ତ୍ତାମାନେ ବୃଦ୍ଧଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରି ଅପେରାରୁ ବାହାର କରି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-୨୦୨୪ ପାଇଁ ସରଗରମ ରାଜନୀତି; ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ

ଏହି ଘଟଣାକୁ ନେଇ ବୃଦ୍ଧ ଜଣଙ୍କ ପିହୁଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଘଣ୍ଟେଶ୍ୱର ଫାଣ୍ଡିରେ ଏତଲା ଦେବା ସହିତ ଥାନା ଅଧିକାରୀଙ୍କୁ ଭେଟି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି । ଆଇଟମ ଗାର୍ଲ ପିହୁ ତାଙ୍କ ମୁଣ୍ଡକୁ ଟାଣି ଆଣିବା ସହିତ ଅସମ୍ମାନ କରିବା ପରେ ସେ ଏହାର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା କମିଟିର କର୍ମକର୍ତ୍ତା ମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରି ଅପେରାରୁ ତଡି ବାହାର କରି ଦେଇଥିଲେ। ଯାହାକୁ ନେଇ ତାଙ୍କର ସମ୍ମାନ ହାନି ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଇଟମ ଗାର୍ଲ ପିହୁ ଓକ ଓଡିଆ ଗୀତରେ ଡ୍ୟାନ୍ସ କରୁଛନ୍ତି । ଏକ ଶାଢୀପିନ୍ଧୁ ନୃତ୍ୟ ପରିବେଷଣ କରୁଥିବା ବେଳେ ହଠାତ ସେ ଷ୍ଟେଜ ସମ୍ମୁଖକୁ ଆସିଯାଇ ସେଠାରେ ବସିପଡିଥିଲେ । ଏହି ସମୟରେ ବୃଦ୍ଧ ଜଣଙ୍କ ପିହୁଙ୍କ ନୃତ୍ୟ ଦେଖି ତଳକୁ ମୁହଁ କରିଦେଇଥିଲେ । କିନ୍ତୁ ଏହି ସମୟରେ ପିହୁ ତାଙ୍କ ମୁଣ୍ଡରେ ହାତ ମାରିଦେବାରୁ ସେ ରାଗିଯାଇ ଚପଲ ଉଠାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.