ETV Bharat / state

Panchayat Poll: ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ଚତୁର୍ଥ ପର୍ଯ୍ୟାୟ ମତଦାନ

author img

By

Published : Feb 22, 2022, 10:42 PM IST

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ସରିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର କେବଳ ବାସୁଦେବପୁର ବ୍ଲକ ପାଇଁ ମତଦାନ ହୋଇଛି । ଅଧିକ ପଢନ୍ତୁ

Panchayat Poll: ଶାନ୍ତି ଶୃଙ୍ଖଳାର ସମାପ୍ତ ଚତୁର୍ଥ ପର୍ଯ୍ୟାୟ ମତଦାନ
Panchayat Poll: ଶାନ୍ତି ଶୃଙ୍ଖଳାର ସମାପ୍ତ ଚତୁର୍ଥ ପର୍ଯ୍ୟାୟ ମତଦାନ

ଭଦ୍ରକ: ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ସରିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର କେବଳ ବାସୁଦେବପୁର ବ୍ଲକ ପାଇଁ ମତଦାନ ହୋଇଛି । ବାସୁଦେବପୁର ବ୍ଲକର 5ଟି ଜିଲ୍ଲା ପରିଷଦ ଜୋନରେ 36ଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଥିବା ବେଳେ 4ଶହ 85ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା ।

Panchayat Poll: ଶାନ୍ତି ଶୃଙ୍ଖଳାର ସମାପ୍ତ ଚତୁର୍ଥ ପର୍ଯ୍ୟାୟ ମତଦାନ

ତେବେ 18 ନମ୍ବର ଜୋନରେ ଥିବା ସୁଗ ପଞ୍ଚାୟତର 13 ନମ୍ବର ବୁଥରେ ଭଦ୍ରକ ସଂସାଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବାସୁଦେବପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମୁକ୍ତିକାନ୍ତ ମଣ୍ଡଳ ମତଦାନ ସାବ୍ୟସ୍ତ କରିଥିଲେ । ଅନ୍ୟପକ୍ଷରେ ବାସୁଦେବପୁର ବ୍ଲକର 1ଲକ୍ଷ 88ହଜାର 4ଶହ 13ଜଣ ଭୋଟରଙ୍କ ମଧ୍ୟରୁ 97ହଜାର 4ଶହ 99ଜଣ ପୁରୁଷ ଓ 90 ହଜାର 9ଶହ 14ଜଣ ମହିଳା ଭୋଟରଙ୍କ ମଧ୍ୟରୁ 72 ପ୍ରତିଶତ ମତଦାତା ସେମାନଙ୍କ ମତଦାନ ସାବ୍ଯସ୍ତ କରିଛନ୍ତି । ତେବେ ବାସୁଦେବପୁର ବ୍ଲକର 17 ନମ୍ବର ଜୋନରେ ଥିବା 6ଟି ପଞ୍ଚାୟତର 83ଟି ୱାର୍ଡ, 18 ନମ୍ବର ଜୋନରେ ଥିବା 7ଟି ପଞ୍ଚାୟତର 96ଟି ୱାର୍ଡ, 19 ନମ୍ବର ଜୋନରେ ଥିବା 7ଟି ପଞ୍ଚାୟତର 85ଟି ୱାର୍ଡ଼, 20 ନମ୍ବର ଜୋନର 8ଟି ପଞ୍ଚାୟତର 118ଟି ୱାର୍ଡ଼ ଏବଂ 21 ନମ୍ବର ଜୋନରେ ଥିବା 8ଟି ପଞ୍ଚାୟତର 103ଟି ୱାର୍ଡ଼ରେ ଆଜି ଭୋଟ ଗ୍ରହଣ ହୋଇଛି ।

ଅନ୍ୟପଟେ ବାସୁଦେବପୁର ବ୍ଲକରେ 80ଟି ବୁଥ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିଲା । ସବୁ ସମ୍ବେଦନଶୀଳ ବୁଥରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ସୂଚନା ମିଳିଛି । ପ୍ରତି ପୁଲିଂ ବୁଥରେ ଜଣେ ଫାଷ୍ଟ ପ୍ରିଜାଇଡିଂ ଅଫିସର, ଜଣେ ସେକେଣ୍ଡ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ଥିବା ବେଳେ ମୋଟା ମୋଟି ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.