ETV Bharat / state

ସ୍ବାସ୍ଥ୍ୟ ବିଭାଗର ଅପାରଗତା, ଟ୍ରଲିରେ ବୁହାହେଲେ ରୋଗୀ

author img

By

Published : Sep 11, 2020, 8:42 AM IST

ଫେଲ ମାରିଲା 108 ଆମ୍ବୁଲାନ୍ସ ସେବା । ଟ୍ରଲିରେ ବୁହା ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଗଲେ ବୃଦ୍ଧ ରୋଗୀ । ଅଧିକ ପଢ଼ନ୍ତୁ...

patient carried in a trolley,  unavailabilityof 108 ambulance, health service in bhadrak, ସ୍ବାସ୍ଥ୍ୟ ବିଭାଗର ଅପାରଗତା, ଟ୍ରଲିରେ ବୁହାହେଲ ରୋଗୀ, ଫେଲ ମାରିଲା 108 ଆମ୍ବୁଲାନ୍ସ, ଭଦ୍ରକରେ ସ୍ବାସ୍ଥ୍ୟ ସେବା
ସ୍ବାସ୍ଥ୍ୟ ବିଭାଗର ଅପାରଗତା, ଟ୍ରଲିରେ ବୁହାହେଲ ରୋଗୀ

ଭଦ୍ରକ: ପୁଣି ଦେଖିବାକୁ ମିଳିଲା ସ୍ବାସ୍ଥ୍ୟ ବିଭାଗର ଅପାରଗତା। ବାଟବଣା ହେଲା ସରକାରଙ୍କ ସମସ୍ତ ଯୋଜନା। ପହଁଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲେ ବୃଦ୍ଧ ରୋଗୀ। ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଭଦ୍ରକ ସହରାଞ୍ଚଳ ବଙ୍କ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ସ୍ବାସ୍ଥ୍ୟ ବିଭାଗର ଅପାରଗତା, ଟ୍ରଲିରେ ବୁହାହେଲ ରୋଗୀ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ କାଶୀନାଥ ପଲେଇଙ୍କ ଘର। ତେବେ ଗୁରୁବାର ସେ କୌଣସି କାରଣରୁ ସେ ତଳେ ପଡ଼ି ଚେତା ହରାଇଥିଲେ। ଯାହାପରେ ପରିବାର ଲୋକେ ବାରମ୍ବାର ୧୦୮ ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ କରିଥିଲେ କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଏକ ଟ୍ରଲି ମାଧ୍ୟମରେ କାଶୀନାଥଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି, ମୋ ସରକାରର 5T ଯୋଜନା କାହାପାଇଁ ? ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବାରେ କାହିଁକି ବିଫଳ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ? ଏନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.