ETV Bharat / state

ଝିଅର ଚିକିତ୍ସା ପାଇଁ ବାପା ମା'ଙ୍କ ଆକୁଳ ନିବେଦନ

author img

By

Published : Sep 2, 2021, 8:50 AM IST

କଲେଜ ଯିବା ବୟସରେ ଶଯ୍ୟାସାୟୀ ହୋଇପଡିଛନ୍ତି ରାଜଲକ୍ଷ୍ମୀ । ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅଧିକ ପଢନ୍ତୁ...

ଝିଅର ଚକିତ୍ସା ପାଇଁ ବାପା ମା'ଙ୍କ ଆକୁଳ ନିବେଦନ
ଝିଅର ଚକିତ୍ସା ପାଇଁ ବାପା ମା'ଙ୍କ ଆକୁଳ ନିବେଦନଝିଅର ଚକିତ୍ସା ପାଇଁ ବାପା ମା'ଙ୍କ ଆକୁଳ ନିବେଦନ

ଭଦ୍ରକ: କଲେଜ ଯିବା ବୟସରେ ଶଯ୍ୟାସାୟୀ ହୋଇପଡିଛନ୍ତି ରାଜଲକ୍ଷ୍ମୀ । ଭଦ୍ରକ ଜିଲ୍ଲା କୁବେରା ପଞ୍ଚାୟତ କୁବେରା ଗ୍ରାମର ସରୋଜ ସାହୁଙ୍କ ଝିଅ ଏବେ ଏପରି ଭାବେ ଦିନ କଟାଉଛନ୍ତି । ଝିଅକୁ ଉଚ୍ଚ ଶିକ୍ଷିତା କରବାର ସ୍ବପ୍ନ ଦେଖିଥିବା ବାପା ମା ଏବେ ଝିଅ ରାଜଲକ୍ଷ୍ମୀକୁ ନେଇ ଚିନ୍ତାରେ ।

ଝିଅର ଚକିତ୍ସା ପାଇଁ ବାପା ମା'ଙ୍କ ଆକୁଳ ନିବେଦନ

ଦେଢ଼ ବର୍ଷ ତଳେ ଝିଅର ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ବାପା ମା କଟକ ବଡ ମେଡିକାଲ ସହିତ ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ଏହା ପରେ ଜାଣିବାକୁ ପାଇଲେ ଝିଅର କିଡନୀ ଜନିତ ସମସ୍ୟା ଅଛି । ଏହାପରେ ଝିଅର ଚିକିତ୍ସା ପାଇଁ ପାଖରେ ଯାହା ଅର୍ଥ ଥିଲା ସେତିକିରେ ଝିଅର ଚିକିତ୍ସା କରିଥିଲେ । ଅର୍ଥ ସରିଯିବାରୁ କିଛି ସ୍ୱେଚ୍ଛାସେବୀ ଓ ଗାଁ ଲୋକଙ୍କ ସାହାଯ୍ୟ ସହଯାଗରେ ଚିକିତ୍ସା କରୁଥିଲେ । ହେଲେ ଏବେ ଝିଅର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ଅପରେସନ ପାଇଁ କହିଛନ୍ତି । ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି ।

ଏନେଇ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ବାପା ମାଆ ଆକୁଳ ନିବେଦନ କରିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ତାଙ୍କ ବାପା ସରୋଜ ସାହୁଙ୍କ ଦୋଳସାହି ୟୁକୋ ବ୍ୟାଙ୍କ ଶାଖା ଆକାଉଣ୍ଟ ନଂ-୧୨୨୦୩୨୧୧୦୭୧୧୮୧ ତଥା IFSC ନମ୍ବର UCBA ୦୦୦୧୨୨୦ରେ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.