ETV Bharat / state

Matric Exam: ଭଦ୍ରକରେ ପ୍ରଥମ ଦିନରେ ପରୀକ୍ଷା ଦେଲେ ୨୩,୦୭୭ ଜଣ ଛାତ୍ରଛାତ୍ରୀ

author img

By

Published : Apr 29, 2022, 4:38 PM IST

ଆଜିଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଭଦ୍ରକ ଜିଲ୍ଲାରେ ମୋଟ ୧୨୪ଟି କେନ୍ଦ୍ରରେ ୨୩ ହଜାର ୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଅଧିକ ପଢନ୍ତୁ

ମେଟ୍ରିକ ପରୀକ୍ଷା ଦେଉଛନ୍ତି ୧୨୪ଟି କେନ୍ଦ୍ରରେ ୨୩ ହଜାର ୭୭ ଜଣ ପରୀକ୍ଷାର୍ଥୀ
ମେଟ୍ରିକ ପରୀକ୍ଷା ଦେଉଛନ୍ତି ୧୨୪ଟି କେନ୍ଦ୍ରରେ ୨୩ ହଜାର ୭୭ ଜଣ ପରୀକ୍ଷାର୍ଥୀ

ଭଦ୍ରକ: ମହାମାରୀ କୋରୋନା ସଂକ୍ରମଣ ଭୟ ପାଇଁ ଗତ ଦୁଇ ବର୍ଷ ଅନଲାଇନ ମାଧ୍ୟମରେ ମାଟ୍ରିକ ପରୀକ୍ଷା ହେଉଥିଲା । ତେବେ ବର୍ଷ ଅଫଲାଇନ୍‌ରେ ମୋଡରେ ପରୀକ୍ଷା ଦେଉଛନ୍ତି । ଯାହାକୁ ନେଇ ପିଲାମାନଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ମୋଟ ୧୨୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଜିଲ୍ଲାର ମୋଟ ୨୩ ହଜାର ୭୭ ଜଣ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

Matric Exam: ଭଦ୍ରକରେ ପ୍ରଥମ ଦିନରେ ପରୀକ୍ଷା ଦେଲେ ୨୩,୦୭୭ ଜଣ ଛାତ୍ରଛାତ୍ରୀ

ସେହିପରି ଚଳିତ ବର୍ଷ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ଧାମନଗର ବ୍ଲକରେ ହୋଇଛି । ଜିଲ୍ଲାର ମୋଟ ୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖାଯାଇଛି । ସେଠାରୁ ପ୍ରତ୍ୟେକ ଦିନ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିବା ନେଇ ବ୍ୟବସ୍ଥା ହୋଇଛି ।

ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷା ଚାଲିବ । ତେଣୁ ଆଜି ସକାଳୁ ଛାତ୍ରଛାତ୍ରୀମାନେ ଆଗ୍ରହ ସହିତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ତେବେ କୋଭିଡ ପରେ ପ୍ରଥମ କରି ଅଫଲାଇନ୍‌ ମୋଡ଼ରେ ପରୀକ୍ଷା ହେଉଥିବାରୁ ସବୁ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପରୀକ୍ଷାକୁ ନେଇ ବେଶ ଖୁସି ଥିବା କହିଛନ୍ତି । ଅନ୍ୟପଟେ ଆଜି କପି କରିବା ବେଳେ ୨ ଜଣ ଛାତ୍ର ଧରା ପଡିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.