ETV Bharat / state

କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ ଜବତ, 2 ଗିରଫ

author img

By

Published : Dec 26, 2021, 9:22 AM IST

ଭଦ୍ରକ ପୁରୁଣା ବଜାର କାଜିସାହିରେ ଟ୍ରକ ଉପରେ ଚଢାଉ କରି ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ ଜବତ କଲା ଭଦ୍ରକ ପୋଲିସ । ଅଧିକ ପଢନ୍ତୁ

ଏକ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ ଜବତ, 2 ଗିରଫ
ଏକ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ ଜବତ, 2 ଗିରଫ

ଭଦ୍ରକ: ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ (mobile tower parts)ବୋଝେଇ ଟ୍ରକ ଜବତ ସହ 2 ଜଣଙ୍କୁ ଗିରଫ କଲା ଭଦ୍ରକ ପୋଲିସ । ୨ ଅଭିଯୁକ୍ତ ହେଉଛନ୍ତି ଟ୍ରକ ଡ୍ରାଇଭର ଯଶବତ ସିଂହ ଓ ବ୍ୟବସାୟୀ ଆସିଫ ମଲ୍ଲିକ।

ଏକ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଚୋରା ମୋବାଇଲ ଟାଓ୍ବାର ଯନ୍ତ୍ରାଂଶ ଜବତ, 2 ଗିରଫ

ସୂଚନାଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁରୁଣା ବଜାର କାଜିସାହିରେ ଏକ ଟ୍ରକରେ ଚୋରା ମାଲ ଲୋଡିଙ୍ଗ ଚାଲିଥିବା ନେଇ ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ବିଭିନ୍ନ ମୋବାଇଲ କମ୍ପାନିର ଅଧିକାରୀଙ୍କୁ ଡକାଇ ଯାଞ୍ଚ କରିଥିଲା । ତେବେ ବୋଝେଇ ହୋଇଯାଉଥିବା ଚୋରା ମୋବାଇଲ ଟାୱାର ଯନ୍ତ୍ରାଂଶ ଓ ତମ୍ବା ତାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଗିରଫ ବ୍ୟବସାୟୀ ଆସିଫର ଘର ଦିଲ୍ଲୀରେ ହୋଇଥିବା ବେଳେ ପ୍ରାୟ ଏକ ବର୍ଷ ହେବସେ ଭଦ୍ରକର କାଜିସାହିରେ ଘରଭଡା ନେଇ ପୁରୁଣା ଲୁହା କିଣୁଥିଲା ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.