ETV Bharat / state

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

author img

By

Published : Aug 1, 2020, 4:27 AM IST

ପରିତ୍ୟକ୍ତ ପୋଖରୀରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବହୁଦରଡ଼ା ଗ୍ରାମର କମଳାକାନ୍ତ ନାୟକ ।

body of a young man recovered from a pond
ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭାସମାନ ଅବସ୍ଥାରେ ପରିତ୍ୟକ୍ତ ପୋଖରୀରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବହୁଦରଡ଼ା ଗ୍ରାମର କମଳାକାନ୍ତ ନାୟକ । କମଳା କାନ୍ତ ଦୁଇଦିନ ଧରି ନିଖୋଜ ଥିଲେ ବୋଲି ଜଣାପଡିଛି ।

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ପରିବାର ଲୋକ ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳିନଥିଲା । ତେବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବହୁଦରଡ଼ା ଛକ ନିକଟରେ ଥିବା ଏକ ପୋଖରୀରେ ଜଣେ ଯୁବକଙ୍କ ମୃତ ଶରୀର ଭାସୁଥିବାର କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଏହା ନିଖୋଜ ଥିବା କମଳାକାନ୍ତ ନାୟକଙ୍କ ମୃତ ଶରୀର ବୋଲି ଚିହ୍ନଟ ଜଣାପଡିଥିଲା ।

ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ, ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ ଶରୀର ପୋଖରୀରୁ ମିଳିଲା, ତାକୁ ନେଇ ଘଟଣା ସନ୍ଦେହ ଘେରରେ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ଚଳାଇଛି । ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.