ETV Bharat / state

ଭୋଟର କାର୍ଡ ସଂଶୋଧନ ପାଇଁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ

author img

By

Published : Aug 19, 2023, 11:02 AM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ତ କରଞ୍ଜମାଳରେ ଭୋଟର କାର୍ଡ ସଂଶୋଧନ ନାମରେ ଅସଦାଚରଣ ଅଭିଯୋଗ । ଏନେଇ ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ଗିରଫ । ଅଧିକ ପଢନ୍ତୁ

man arrested for attempt to rape
man arrested for attempt to rape

ଭଦ୍ରକ: ଭୋଟର କାର୍ଡ ସଂଶୋଧନ ନାମରେ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ଗିରଫ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଞ୍ଜମାଳରେ । ଗତକାଲି(ଶୁକ୍ରବାର) ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ, ବଂଶଡା ଥାନା କରଞ୍ଜମାଳ ଅଙ୍ଗନବାଡି କେନ୍ଦ୍ରର ଦିଦି ଶ୍ୱେତଲତା ରାଉତ ସେହି ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଘରେ ଆସି ଭୋଟର କାର୍ଡ ସଂଶୋଧନ କରାଇ ନେବାକୁ ଫୋନ କରି କହିଥିଲେ । ଏନେଇ ମହିଳା ଏବଂ ତାଙ୍କ ସ୍ୱାମୀ ଅଙ୍ଗନବାଡି କର୍ମୀଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ ଭାଗିରଥି ପଲେଇ ମହିଳାଙ୍କ ସ୍ୱାମୀଙ୍କୁ ଆଧାର କାର୍ଡ ଜେରକ୍ସ କରାଇ ଆଣିବାକୁ କହି ନିକଟସ୍ଥ ବଜାରକୁ ପଠାଇଦେଲେ ।

ଏହାସହ ନିଜ ସ୍ତ୍ରୀ ଶ୍ଵେତଲତାକୁ ମଧ୍ୟ ପଡୋଶୀଙ୍କ ଘରକୁ ପଠାଇ ଦେଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପାଟି କରିବାରୁ ପଡୋଶୀ ମାନେ ଆସି ପହଞ୍ଚି ଯିବାରୁ ଅଭିଯୁକ୍ତ ଭାଗିରଥି ପଲେଇ ସମସ୍ତଙ୍କୁ କୁରାଢ଼ୀ ଧରି ମାରିଦେବାକୁ ଧମକ ଦେଇଥିଲେ । ଏଥି ସହ ଯିଏ ପୋଲିସରେ ସାକ୍ଷୀ ଦେବ ତାକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ।

ତେବେ ବିଳମ୍ବିତ ରାତିରେ ପୀଡିତା ଯାଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇବା ପରେ ଅଭିଯୁକ୍ତ ଭାଗିରଥି ପଲେଇ ନିଖୋଜ ହୋଇଯାଇଥିଲେ । ପରେ ମୋବାଇଲ ଟ୍ରାକିଂରୁ ସେ କେନ୍ଦ୍ରାପଡ଼ାରୁ ଚାନ୍ଦବାଲି ଆସୁଥିବା ବେଳେ ବାଂଶଡା iic ଶ୍ରୀବଲଭ ସାହୁ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ସମ୍ପୃକ୍ତା ପୀଡିତାଙ୍କୁ ଡାକ୍ତରୀ ମାଇନା କରାଯାଇ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଖାକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ପ୍ରକାଶ ଥାଉକି, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢ଼ଙ୍ଗା ଗ୍ରାମରେ ନିଜକୁ ପୋଲିସ ଅଫିସର ବୋଲି ପରିଚୟ ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ ଗତ ମାସରେ ଅସଲି ପରିଚୟ ଜଣାପଡ଼ିବା ପରେ ଯୁବତୀ ଜଣକ ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏଥି ସହ ସୁନା ଚେନ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.