ETV Bharat / state

ଭଦ୍ରକ ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା, ଲୁଟ୍ ଟଙ୍କା ଫେରି ପାଇଲେ ଲୋକେ

author img

By

Published : Dec 18, 2022, 10:03 AM IST

Updated : Dec 18, 2022, 10:34 AM IST

ଭଦ୍ରକର ବିଭିନ୍ନ ସ୍ଥାନରୁ ଲୁଟପାଟ୍ କରୁଥିବା ଲୁଟେରାକୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ଭଦ୍ରକରୁ ଲୁଟେରା ଗିରଫ
ଭଦ୍ରକରୁ ଲୁଟେରା ଗିରଫ

lootera arrested in bhadrak

ଭଦ୍ରକ: ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଛିନତାଇ କରି ପୋଲିସକୁ ଚକ୍‌ମା ଦେଉଥିବା ଲୁଟେରାକୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଚୋରି ଟଙ୍କା ନେଇ ଯାଉଥିବା ସମୟରେ ତାକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତର ନାମ ଡି. ଗାନ୍ଧୀ ଓ ତାର ଘର ଗଞ୍ଜାମ ଜିଲ୍ଲାର ଆସିକାରେ ହୋଇଥିବା ଜଣାପଡିଛି । ତେବେ ଏହି ଲୁଟ୍‌ପାଟ ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତନାଘନ ଚଳାଇଛି । ଏନେଇ ଭଦ୍ରକ ସିଟି ଡିଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଡି. ଗାନ୍ଧୀ କିଛି ଦିନ ପୂର୍ବରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଦୁଇ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଭଦ୍ରକ ଜେଲର ଜଣେ ସୁଇପରଙ୍କ ଠାରୁ ମଧ୍ୟ ସେ ଟଙ୍କା ଲୁଟ୍ କରିଥିଲା । ହେଲେ ସବୁଥର ସେ ପୋଲିସକୁ ଚକମା ଦେଇ ଖସି ପଳାଉଥିଲା । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ଅଭିଯୁକ୍ତର ଖୋଜ ଖବର କରିଥିଲା । ଶେଷରେ ଏହି ଲୁଟେରାକୁ ଧରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ ।

ଏହାମଧ୍ୟ ପଢନ୍ତୁ: ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା, ବନ୍ଧା ହେଲା ଅଭିଯୁକ୍ତ

ଅଭିଯୁକ୍ତ ନିକଟରୁ 1 ଲକ୍ଷ 80 ହଜାର ଟଙ୍କା ସହ ଦୁଇଟି ମୋବାଇଲ ଓ ବିଭିନ୍ନ ପ୍ରମାଣପତ୍ର ପୋଲିସ ଜବତ କରାଯାଇଛି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଲୁଟ୍‌ପାଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ବିଷୟରେ ପୋଲିସ ତଦନ୍ତ ଚଳାଇଛି । ଏହାସହିତ ଅଭିଯୁକ୍ତ ଠାରୁ ଜବତ ଲୁଟ ଟଙ୍କାକୁ ଅଭିଯୋଗକାରୀମାନଙ୍କୁ ପୋଲିସ ପକ୍ଷରୁ ଥାନାକୁ ଡାକି ଟଙ୍କା ଫେରସ୍ତ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Dec 18, 2022, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.