ETV Bharat / state

Panchayat Poll: ଶେଷ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ

author img

By

Published : Feb 24, 2022, 6:27 AM IST

ଭଦ୍ରକ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହିତ ସମାପିତ ହେବ ସେଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

Panchayat Poll: ଶେଷ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ
Panchayat Poll: ଶେଷ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ

ଭଦ୍ରକ: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହିତ ସମାପିତ ହେବ ସେଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଧାମନଗର ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକରେ 31ଟି ପଞ୍ଚାୟତ ଓ 4ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ ।

ଏଥିପାଇଁ ନିର୍ବାଚନ ମୈଦାନରେ 114 ସରପଞ୍ଚ, 89 ସମିତି ସଭ୍ୟ ଓ 19 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି । ଏହି ବ୍ଲକରେ ମୋଟ 405 ଗୋଟି ବୁଥରେ 1 ଲକ୍ଷ 55 ହଜାର 650 ଜଣ ଭୋଟର ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବେ । ଆଜି ଶେଷ ପର୍ଯ୍ୟାୟ ଭୋଟ ଏହି ବ୍ଲକର ଅନୁଷ୍ଠିତ ହେବାକୁ ଥିବାରୁ ବୁଥ ସ୍ତରରେ ପ୍ରିଜାର୍ଡିଙ୍ଗ ଅଫିସର ଓ ପୁଲିଂ ଅଫିସର ପହଞ୍ଚି ଯାଇଛନ୍ତିି ।

ଏହି ନିର୍ବାଚନରେ ମୋଟ 1620 ଜଣ କର୍ମଚାରୀ ଭୋଟ ଗ୍ରହଣ ପାଇଁ ନିୟୋଜିତ ହୋଇଛନ୍ତିି । ମୋଟ ବୁଥ ମଧ୍ୟରୁ 61ଟି ବୁଥ ସମ୍ବେଦନଶୀଳ ରହିଛି । ଏଣୁ ସେହି ବୁଥ ପ୍ରତି ଉଭୟ ପ୍ରଶାସନ ଓ ପୋଲିସ ଅଧିକ ଦୃଷ୍ଟି ଦେବା ସହିତ ଆବଶ୍ୟକ ପୋଲିସ ଫୋର୍ସ ଓ ସେକ୍ଟର ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ପଞ୍ଚାୟତ ସ୍ତରରେ ନିୟୋଜିତ କରିଥିବା ଏବଂ ସିନିଅର ଅଫିସର ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ନିରପେକ୍ଷ ନିର୍ବାଚନ କରିବା ଉପରେ ଦୃଷ୍ଟି ଦେଇ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.