ETV Bharat / state

କାର୍ତ୍ତିକ ମାସର 2ୟ ସୋମବାର: ଭକ୍ତଶୂନ୍ୟ ବାବା ଆଖଣ୍ଡଳମଣିଙ୍କ ପୀଠ

author img

By

Published : Nov 9, 2020, 10:19 PM IST

ଆଜି ପବିତ୍ର କାର୍ତ୍ତିକମାସର 2ୟ ସୋମବାର । ଏହି ଅବସରରେ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ସମସ୍ତ ନୀତିକାନ୍ତି ସେବାୟତମାନେ କୋଭିଡ ନିୟମ ପାଳନ କରି ସମାପନ କରୁଛନ୍ତି ।

କାର୍ତ୍ତିକ ମାସର2ୟ ସୋମବାର: ଭକ୍ତଶୂନ୍ୟ ବାବା ଆଖଣ୍ଡଳମଣିଙ୍କ ପୀଠ
କାର୍ତ୍ତିକ ମାସର2ୟ ସୋମବାର: ଭକ୍ତଶୂନ୍ୟ ବାବା ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ: କାର୍ତ୍ତିକ ମାସର 2ୟ ସୋମବାର । ଖାଁ ଖାଁ ଲାଗୁଛି ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ । ଏହି ଅବସରରେ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।

କାର୍ତ୍ତିକ ମାସର2ୟ ସୋମବାର: ଭକ୍ତଶୂନ୍ୟ ବାବା ଆଖଣ୍ଡଳମଣିଙ୍କ ପୀଠ

ହେଲେ ମହାମାରୀ କୋରୋନା ପାଇଁ କଟକଣା ଜାରି ରହିଥିବାରୁ ସମଗ୍ର ପୀଠ ଭକ୍ତଶୂନ୍ୟ ହୋଇପଡିଛି । ପବିତ୍ର କାର୍ତ୍ତିକମାସର ପ୍ରତି ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହେବା ସହିତ ହରିବୋଲ ହୁଳହୁଳିରେ ପୀଠ ପରିସର ପ୍ରକମ୍ପିତ ହୋଇଥାଏ । ହେଲେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପୀଠକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ମନ୍ଦିରର ସମସ୍ତ ନୀତିକାନ୍ତି ସେବାୟତମାନେ କୋଭିଡ ନିୟମ ପାଳନ କରି ସମାପନ କରୁଛନ୍ତି । ମନ୍ଦିରର ଦୈନଦିନ ନୀତି ନୀର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ଶ୍ରୀଜୀଉଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଖେଚୁଡି ଅନ୍ନଭୋଗ ଲାଗି କରାଯାଇଥିଲା । ରାତ୍ର 10 ଘଟିକା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରାଯିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.