ETV Bharat / state

ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

author img

By

Published : Nov 20, 2021, 7:40 AM IST

କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି । ଅଧିକ ପଢନ୍ତୁ

ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି
ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଭଦ୍ରକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି । କୋଭଡ-19 କଟକଣାକୁ ଦୃଷ୍ଟିରେ ରଖି ଗତକାଲି(ଶୁକ୍ରବାର) ସକାଳ 8 ଟାରୁ ସନ୍ଧ୍ୟା 8 ଟା ପର୍ଯ୍ୟନ୍ତ ପୀଠରେ 144 ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ ।

ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

କଟକଣା ମଧ୍ଯରେ ଭୋର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତି ସରିବା ପରେ ମଧ୍ଯାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ନରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବା ସହ ପୀଠରେ ଥିବା ମୁଆଁ, ତିନିତର, ଧାନଖଣିଆ ଘାଟରେ ଡଙ୍ଗା ଚଳାଚଳ ବନ୍ଦ କରିଥିଲା ପ୍ରଶାସନ । ସେହିପରି ଭକ୍ତଙ୍କ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରାଯିବା ସହ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ନଦୀଘାଟ, ଶାସ୍ତ୍ରୀଘାଟରେ କଟକଣା ଜାରି କରାଯାଇଥିଲା ।

ପୀଠରେ 2 ଦିନ କଟକଣା ପରେ ଆସନ୍ତା ରବିବାର ସକାଳ 6 ଟାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣିିଙ୍କ ମନ୍ଦିର । ଏକମାସ ବ୍ଯାପି ବ୍ରତ ରଖିଥିବା ହଭିଷ୍ୟାଳିମାନେ ଆକାଶ ଦୀପ ଉଠାଇଥିଲେ ପରେ ଚଉଁରା ମୂଳରେ ତୁଳସୀ ମାହାତ୍ମ୍ଯ ପଠନ ପୂଜାପାଠ ସହ ମୁରୁଜ ପକାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.