ETV Bharat / state

Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ

author img

By

Published : Nov 5, 2022, 12:27 PM IST

Updated : Nov 5, 2022, 1:23 PM IST

ଧାମନଗରରେ ନିର୍ବାଚନୀ ହିଂସା । ଉପନିର୍ବାଚନ ମତଦାନକୁ କେନ୍ଦ୍ର କରି ଏଠାରେ ଦୁଇ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ
Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ

ଭଦ୍ରକ: ଧାମନଗର ଉପନିର୍ବାଚନ ଫଳାଫଳ ପୂର୍ବରୁ ହିଂସାକାଣ୍ଡ(Dhamnagar Bypoll Violence) । ରାଜନୈତିକ ଆକ୍ରୋଶରେ ଶିକାର ହେଲେ ବାପା ଓ ଝିଅ । ଗତକାଲି ବିଳମ୍ବିତ ରାତିରେ ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତର ପାଇକ ସାହିରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଉପନିର୍ବାଚନ ମତଦାନକୁ କେନ୍ଦ୍ର କରି ଏଠାରେ ଦୁଇ ବାପ-ଝିଅଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ

ସୂଚନା ମୁତାବକ, ଗତକାଲି ରାତିରେ ପାଇକ ସାହିର ଶଶିକାନ୍ତ ଜେନା କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ କିଛି ଲୋକଙ୍କ ସହ ବଚସା ହୋଇଥିଲା । ଏହାକୁ ନେଇ ସେମାନେ ଶଶିକାନ୍ତଙ୍କ ଉପରେ ଆକ୍ରମଣ କରିଥିଲେ । ଶଶିକାନ୍ତଙ୍କ ଝିଅ ସଞ୍ଜିବନୀ ବେହେରାଙ୍କୁ ଏହାକୁ ପ୍ରତିବାଦ କରିବାକୁ ତାଙ୍କ ଉପରେ ମଧ୍ୟ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏଥିରେ ଦୁଇ ବାପ-ଝିଅ ଗୁରୁତର ଆହତ ହୋଇଥିଲେ ।

ଉଭୟଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଉପନିର୍ବାଚନରେ ମତଦାନକୁ କେନ୍ଦ୍ର କରି ଦୁହିଁଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 5, 2022, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.