ETV Bharat / state

ହାତୀଦାନ୍ତ ଚୋରା ଚାଲାଣ, ୩ ଗିରଫ

author img

By

Published : Sep 5, 2021, 2:23 PM IST

ହାତୀଦାନ୍ତ ଚୋରା ଚାଲାଣରେ ଭଦ୍ରକରୁ ୩ ଜଣଙ୍କୁ ଉଠାଇନେଲା ଏସଟିଏଫ ଓ ବନବିଭାଗ । ଅଧିକ ପଢନ୍ତୁ...

ହାତୀ ଦାନ୍ତ ଚୋରା ଚାଲାଣ, ୩ ଗିରଫ
ହାତୀ ଦାନ୍ତ ଚୋରା ଚାଲାଣ, ୩ ଗିରଫ

ଭଦ୍ରକ: ହାତୀଦାନ୍ତ ଚୋରା ଚାଲାଣରେ ଭଦ୍ରକର କନେକ୍ସନ । ଚଢାଉ କରି ଭଦ୍ରକରୁ ୩ ଜଣଙ୍କୁ ଗତକାଲି(ଶନିବାର) ବିଳମ୍ବିତ ରାତିରେ ଉଠାଇ ନେଇଛି ଏସଟିଏଫ ଓ ବନବିଭାଗ ।

ହାତୀ ଦାନ୍ତ ଚୋରା ଚାଲାଣ, ୩ ଗିରଫ

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା କାଦ ବରାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ଚୋରା ଚାଲାଣରେ ଜଣେ ବ୍ୟକ୍ତିଙ୍କର ଲିଙ୍କ ଥିବା ସୂଚନା ପାଇ ଏସଟିଏଫ ରେଡ଼ କରିଥିଲା । ପରେ ଉକ୍ତ ଅଞ୍ଚଳରୁ ଔପଦାର ତିନି ଜଣ ବ୍ୟକ୍ତିଙ୍କ ନିକଟରୁ ହାତୀ ଦାନ୍ତ ବାହାରିବା ପରେ, ବାଲେଶ୍ୱର ଜିଲ୍ଲା ଔପଦାରୁ ଏସଟିଏଫ ଓ ବନଖଣ୍ଡ ବିଭାଗର ଏକ ଦଳ 3 ଜଣଙ୍କୁ ଗିରଫ କରିଛି ।

ତେବେ ଏହି ତିନି ଜଣ ଆଗରପଡା ଥାନା କାଦବାରଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନାମ କହିବାରୁ, ଚଢ଼ାଉ ହୋଇଛି । ଚଢ଼ାଉ ବେଳେ କେତେକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.