ETV Bharat / state

Dhamnagar bypoll: ବିଜେପି ଆଗୁଆ, କର୍ମୀଙ୍କୁ ଶ୍ରେୟ ଦେଲେ ପୁରନ୍ଦେଶ୍ବରୀ

author img

By

Published : Nov 6, 2022, 9:42 AM IST

Updated : Nov 7, 2022, 5:59 AM IST

ପୋଷ୍ଟାଲ ବାଲାଟ କାଉଣ୍ଟି ସମାପ୍ତ ହୋଇଛି । ଏହାପରେ ଇଭିଏମ ଭୋଟ ଗଣିତ ଆରମ୍ଭ ହୋଇଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ଅଛନ୍ତି । 3261 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ସୂର୍ଯ୍ୟବଂଶୀ । ଅଧିକ ପଢନ୍ତୁ

Dhamnagar bypoll
ସରିଲା ପୋଷ୍ଟାଲ ବାଲାଟ କାଉଣ୍ଟି ,ବିଜେପି ପ୍ରାର୍ଥୀ ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଇତିହାସରେ ହେବ କି ବଡ ପରିବର୍ତ୍ତନ । ବାଜି ମାରି ନେବେ କି ସୂର୍ଯ୍ୟବଂଶୀ । ପୋଷ୍ଟାଲ ବାଲାଟ କାଉଣ୍ଟି ସମାପ୍ତ ହୋଇଛି । ଏହାପରେ ଇଭିଏମ ଭୋଟ ଗଣିତ ଆରମ୍ଭ ହୋଇଥିଲା । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ଥିବା ସୂଚନା । ଚତୁର୍ଥ ରାଉଣ୍ଡ ସୁଦ୍ଧା 3261 ଖଣ୍ଡ ଭୋଟରେ ସୂର୍ଯ୍ୟବଂଶୀ ଆଗୁଆ ଥିବା ସୂଚନା । ପୋଷ୍ଟାଲ ବାଲାଟ ପରେ ଇଭିଏମ ଖୋଲିଥିଲା । ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଗଣତି ଜାରି ରିହିଛି ।

Dhamnagar bypol

ଚତୁର୍ଥ ରାଉଣ୍ଡ ଗଣତି ଶେଷ ହୋଇଛି । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ବିଜେପି ପ୍ରର୍ଥୀ ସୂର୍ଯ୍ୟବଂଶୀଙ୍କୁ 18181ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କୁ 14920 ଖଣ୍ଡ ଭୋଟ ମିଳିଛି । ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ 2362 ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ 557 ଖଣ୍ଡ ଭୋଟ ମିଳିଛି । ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ 92 ଖଣ୍ଡ ମିଳିଛି ।

ଏହା ବି ପଢନ୍ତୁ...Dhamnagar Byelection: ଆସିଲା ପ୍ରଥମ ରାଉଣ୍ଡ ରେଜଲ୍ଟ, ଆଗୁଆ ବିଜେପି ପ୍ରାର୍ଥୀ

ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତ ହେବ । ଗତ ୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ ଗ୍ରହଣ ହୋଇଥିଲା । ଧାମନଗର ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଭୋଟ ଦେବାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି । ୭୪.୦୮ ପ୍ରତିଶତ ମହିଳା ଭୋଟ ଦେଇଥିବାବେଳେ ୬୪.୨୧ ପ୍ରତିଶତ ପୁରୁଷ ଭୋଟ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 7, 2022, 5:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.