ETV Bharat / state

ସୟା ପଞ୍ଚାୟତରେ ରାଜନୈତିକ ହିଂସା, ଥାନା ଘେରିଲେ ବିଜେପି କର୍ମୀ

author img

By

Published : Nov 10, 2022, 10:12 AM IST

ଭଦ୍ରକ ସୟା ପଞ୍ଚାୟତରେ ଗତ ନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ ହେବା ପରଠାରୁ ବିଭିନ୍ନ ପ୍ରକାର ଆକ୍ରମଣ କରୁଛନ୍ତି ବିଜେଡି କର୍ମୀ । ଏନେଇ ବାରମ୍ବାର ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ । ପ୍ରତିବାଦରେ ତିହିଡି ଥାନା ଘେରାଉ କରିଲେ ବିଜେପି କର୍ମୀ । ଅଧିକ ପଢ଼ନ୍ତୁ

ସୟା ପଞ୍ଚାୟତରେ ରାଜନୈତିକ ହିଂସା, ଥାନା ଘେରାଉ କଲେ ବିଜେପି କର୍ମୀ
ସୟା ପଞ୍ଚାୟତରେ ରାଜନୈତିକ ହିଂସା, ଥାନା ଘେରାଉ କଲେ ବିଜେପି କର୍ମୀ

ଭଦ୍ରକ: ତିହିଡି ଥାନା ଅଧିନ ସୟା ପଞ୍ଚାୟତରେ ରାଜନୈତିକ ହିଂସା । ଏହି ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ରୀତାଞ୍ଜଳୀ ପଣ୍ଡା ବିଜୟୀ ହେବା ପରଠାରୁ ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ପୁଣିଥରେ ସରପଞ୍ଚଙ୍କ ଘର ଉପରକୁ ଟେକା ପଥର ଫିଙ୍ଗିବା ସହ ନାନାଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ଘରୁ ବାହାରିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୟା ପଞ୍ଚାୟତରେ ରାଜନୈତିକ ହିଂସା, ଥାନା ଘେରାଉ କଲେ ବିଜେପି କର୍ମୀ

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ସୟା ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ରୀତାଞ୍ଜଳୀ ପଣ୍ଡା ବିଜୟୀ ହୋଇଥିଲେ । ଏହା ପରଠାରୁ ବିଜେଡି ପକ୍ଷରୁ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । ଘଟଣାକୁ ନେଇ ବିଭିନ୍ନ ସମୟରେ ଥାନାରେ ଏତଲା ହେଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ବସୁଥିବାବେଳେ ଦିନକୁ ଦିନ ବିଜେଡିର ଉତ୍ପାତ ବଢି ଚାଲିଥିବା ଅଭିଯୋଗ କରିଛି ବିଜେପି ।

ତେବେ ପୁଣିଥରେ ବିଜେଡି ପକ୍ଷରୁ ସଙ୍ଘବଦ୍ଧ ଭାବେ ସରପଞ୍ଚଙ୍କ ଘର ଉପରକୁ ଟେକା ପଥର ଫିଙ୍ଗିବା ସହିତ ନାନାଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ଘରୁ ବାହାରିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଘର ପାଖରେ ଥିବା ସରପଞ୍ଚ ସ୍ବାମୀଙ୍କ ଏକ ବୁଲେଟକୁ ମଧ୍ୟ ପିଟି ଭାଙ୍ଗି ଦିଆଯାଇଛି । ସଙ୍ଘବଦ୍ଧ ହୋଇ ଆସିଥିବା ସମସ୍ତ ଲୋକଙ୍କ ହାତରେ ଲୁହା ରଡ୍ ସମେତ ବିଭିନ୍ନ ମାରଣାସ୍ତ୍ର ଥିବା କୁହାଯାଉଛି ।

ଏହାରି ମଧ୍ୟରେ ସରପଞ୍ଚଙ୍କ ଦିଅର ମହେନ୍ଦ୍ର ଶତପଥିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ପୋଲିସକୁ ଏନେଇ ଖବର ଦେବା ପରେ ମଧ୍ୟ, କାହାରିକୁ ଗିରଫ୍ କରାଯାଇନାହିଁ । ପ୍ରତିବାଦରେ ବିଜେପି କର୍ମୀଙ୍କ ସହ ସରପଞ୍ଚ ଥାନାରେ ଏତଲା ଦେବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରାନଯିବା କାରଣରୁ ଥାନା ଘେରାଉ କରି ଧାରଣା ଦେଇଥିଲେ । ଏଥିସହ ପୋଲିସର ନିଷ୍କ୍ରିୟତା ବିରୋଧରେ ନାରାବାଜୀ କରାଯିବା ସହିତ ବାସୁଦେବପୁର ବିଧାୟକ ଓ ସୟା ପଞ୍ଚାୟତର ବିଜେଡି ନେତାଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ । ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା । ହେଲେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.