ETV Bharat / state

ଯୋଗ୍ୟ ପ୍ରାର୍ଥୀ ସପକ୍ଷରେ ଧାମନଗରବାସୀ: ସୂର୍ଯ୍ୟବଂଶୀ

author img

By

Published : Nov 6, 2022, 2:03 PM IST

Updated : Nov 6, 2022, 3:48 PM IST

ଧାମନଗର ଉପନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ ଟକ୍କର ଦେଖିବାକୁ ମିଳିଛି । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ଥିବାବେଳେ ନବମ ରାଉଣ୍ଡରେ ବାଜି ପଲଟି ଯାଇଛି । ଏହାରି ମଧ୍ୟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

bjp candidate suryavanshi reaction on dhamnagar bypoll result
ଯୋଗ୍ୟ ପ୍ରାର୍ଥୀ ସପକ୍ଷରେ ଧାମନଗରବାସୀ: ସୂର୍ଯ୍ୟବଂଶୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । 14ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ ରହିଥିବାବେଳେ ନବମ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା । ତେବେ ବିଜୟକୁ ନେଇ ଆଶାବାଦୀ ଥିବା ବିଜେପି ଶିବିରରେ ଏବେଠାରୁ ସେଲିବ୍ରେସନ ଆରମ୍ଭ ହୋଇଛି ।

ଯୋଗ୍ୟ ପ୍ରାର୍ଥୀ ସପକ୍ଷରେ ଧାମନଗରବାସୀ

ଏନେଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଏହି ନିର୍ବାଚନ ଧାମନଗରବାସୀଙ୍କର । ମୁଁ ଭୋଟ ମାଗିନାହିଁ, ଆଶୀର୍ବାଦ ମାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫଳାଫଳକୁ ନେଇ କିଛି କହିହେବ ନାହିଁ । ଧାମନଗରବାସୀ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଜ ଭୋଟ ଦେଇଛନ୍ତି ।" ଫଳାଫଳ ଯାହା ହେଉ ନା କାହିଁକି, ଧାମନଗରର ବିକାଶ ପ୍ରତି ଶତ ପ୍ରତିଶତ ନିଜକୁ ସମର୍ପିତ କରିବି ।"

ଏହା ମଧ୍ୟ ପଢ଼ନ୍ତୁ: Dhamnagar By-election: ନବମ ରାଉଣ୍ଡରେ ବିଜେଡିକୁ ଅଧିକ ଭୋଟ, ପଛରେ ରହିଲେ ସୂର୍ଯ୍ୟବଂଶୀ

ଧାମନଗରର 14 ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ନବମ ରାଉଣ୍ଡରେ ବିଜେଡି ପାଇଥିଲା ଅଧିକ ଭୋଟ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫,୭୪୨ ଖଣ୍ଡ ଭୋଟ ମିଳିଥିବା ବେଳେ ୫,୦୧୬ ଭୋଟ ସହ ପଛକୁ ରହିଛନ୍ତି ବିଜେପିର ସୂର୍ଯ୍ୟବଂଶୀ ସୂରଜ । ସେହିପରି କଂଗ୍ରେସ ୩୨୦ ଭୋଟ ପାଇଥିବା ବେଳେ ରାଜେନ୍ଦ୍ର ଦାସଙ୍କୁ ମିଳିଛି ୪୧୦ ଭୋଟ ।

ଇଟିଭି ଭାରତ, ଭଦ୍ରକ

Last Updated : Nov 6, 2022, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.