ETV Bharat / state

ପୁରୁଣାବଜାରରେ ପାୱାରଫୁଲ ହେଉଛି BJD, ମିଶିଲେ 200ରୁ ଅଧିକ ଯୁବନେତା

author img

By

Published : Jul 9, 2023, 9:05 AM IST

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତ ସୁଧାରିବା ପାଇଁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରୟାସ ଆରମ୍ଭ କରିଛନ୍ତି । ପୁରୁଣାବଜାରରେ ଏକ ବଡ ମିଶ୍ରଣ ପର୍ବରେ 200ରୁ ଅଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Bhadrak bjd joining program
ପୁରୁଣାବଜାରରେ ପାୱାରଫୁଲ ହେଉଛି BJD

ପୁରୁଣାବଜାରରେ ପାୱାରଫୁଲ ହେଉଛି BJD

ଭଦ୍ରକ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ କରୁଛି ବିଜେଡି । ବଳ ଗୋଟାଉଛି ଶାସକ ବିଜୁ ଜନତା ଦଳ । ଗତ ପୌର ନିର୍ବାଚନରେ ବିଜେଡି ହାତରୁ ଭଦ୍ରକ ପୌରାଧ୍ୟକ୍ଷ ଆସନ ଖସି ଯାଇଥିଲା । ବିଜେଡିର ସମିତା ମିଶ୍ରଙ୍କୁ ସ୍ୱାଧୀନ ପ୍ରାର୍ଥୀ ଗୁଲମକ୍କୀ ଦଲାୱାଜି ହବିବ ପରାସ୍ତ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ମୁଖ୍ୟତଃ ପୁରୁଣାବଜାର ଅଞ୍ଚଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ପାଇ ନିର୍ବାଚିତ ହୋଇଥିଲେ । ତେଣୁ ତାହା ଭଦ୍ରକ ବିଜେଡି ପାଇଁ ଏକ ବଡ଼ ବିଫଳତା ଥିଲା । ଏହି ସ୍ୱାଧୀନ ପ୍ରାର୍ଥୀ କେବଳ ଭଦ୍ରକ ନୁହେଁ ସେତେବେଳେ ସମଗ୍ର ରାଜ୍ୟ ତଥା ଦେଶରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତେଣୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତ ସୁଧାରିବା ପାଇଁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରୟାସ ଆରମ୍ଭ କରିଛନ୍ତି ।

ପୌର ତ୍ରୁଟି ଯେପରି ରିପିଟ୍ ନହୁଏ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ପୁରୁଣାବଜାରରେ ଏକ ବଡ ମିଶ୍ରଣ ପର୍ବରେ 200ରୁ ଅଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟତଃ ପୁରୁଣାବଜାର ଅଞ୍ଚଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ପାଇ ନିର୍ବାଚିତ ହୋଇଥିବା ସ୍ୱାଧୀନ ପ୍ରାର୍ଥୀଙ୍କ ଗଡ଼କୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ଭଦ୍ରକ ବିଧାୟକ । ଶେଷରେ ଭଦ୍ରକ ପୁରୁଣାବଜାର ଅଞ୍ଚଳ ଯୁବନେତା ତଥା ସଂଗଠକ ଶେଖ ଅମୀରଙ୍କ ନେତୃତ୍ୱରେ ପ୍ରାୟ 200ରୁ ଅଧିକ ପୁରୁଣାବଜାର ଅଞ୍ଚଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆହୁରି ଅନେକ ସଂଖ୍ୟାରେ ପୁରୁଣାବଜାର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଗଠକ ତଥା ନେତୃତ୍ୱମାନେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି ବିଜେଡିରେ ସାମିଲ ହୋଇଥିବା ନେତୃତ୍ୱ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ସହିତ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ ପ୍ରମୁଖ ଦଳୀୟ ନେତା ତଥା ଦଳର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ତଥା ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉନ୍ନୟନ ମୂଳକ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ଏହି ଯୁବକମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଏହା ବି ପଢନ୍ତୁ...ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର କିମ୍ବା ସରପଞ୍ଚ ଜିତିକି ଆସନ୍ତୁ 5T ସଚିବ: ବିଜେପି

ପୁରୁଣାବଜାର ଅଞ୍ଚଳ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଗଠକ ତଥା ଯୁବକମାନେ ବିଜେଡିରେ ସାମିଲ ହେବା ପରେ ସେଠାରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ପୁରୁଣାବଜାର ଅଞ୍ଚଳରେ ଦଳ ଆହୁରି ଅଧିକ ସୁଦୃଢ ହେବ ବୋଲି ବିଧାୟକ କହିବା ସହିତ ଦଳୀୟ ଉତ୍ତରୀ ପ୍ରଦାନ କରି ସେମାନଙ୍କୁ ବିଜେଡି ଦଳକୁ ସ୍ୱାଗତ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.